‘ଓଡ଼ିଶାରେ ଷ୍ଟେଜ-ଥ୍ରୀର ଆଶଙ୍କା, ବେଳହୁଁ ସତର୍କ ରୁହ’

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ମହାମାରୀର ଷ୍ଟେଜ- ଥ୍ରୀର ଆଶଙ୍କା ଦେଖାଦେଇଛି। ଏଭଳି କଥା କହିଛନ୍ତି ରାଜ୍ୟସରକାରଙ୍କ କୋଭିଡ୍-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ପୂର୍ବରୁ ବିଦେଶରୁ ଆସୁଥିବା ବ୍ୟକ୍ତି ସଂକ୍ରମଣର ଶିକାର ହେଉଥିଲେ। ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସଂକ୍ରମଣ ସମ୍ଭାବନା ଅଧିକ କୁହାଯାଉଥିଲା ଏବେ ଦିଲ୍ଲୀ, ହରିୟାଣାରୁ ଫେରି ସଂକ୍ରମଣର ଶିକାର ହୋଇଛନ୍ତି। ଫଳରେ ସାମାଜିକ ସଂକ୍ରମଣ ହେବା ଆଶଙ୍କା ଦେଖାଦେଇଥିବା ବାଗଚୀ କହିଛନ୍ତି ତେଣୁ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ କହିଲେ ଚେତାଇଛନ୍ତି  ବାଗଚୀ।

ରାଜ୍ୟର ତୃତୀୟ କରୋନା ପଜିଟିଭକୁ ନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ। ସେ ହରିୟାଣା ରିଓ୍ବାଡ଼ାରୁ ଦିଲ୍ଲୀ ଆସିଥିଲେ। ସେଠୁ ମାର୍ଚ୍ଚ ୧୦ ତାରିଖରେ ଭୁବନେଶ୍ୱରକୁ ଫେରିଥିଲେ। ଇଣ୍ଡିଗୋର 6E 2014 ବିମାନରେ ସେ ଭୁବନେଶ୍ୱରକୁ ଆସିଥିଲେ। ଏହି ସମୟରେ ତାଙ୍କ ସହ ନିଜ ପତ୍ନୀ ଓ ଝିଅଙ୍କୁ ଧରି ଭୁବନେଶ୍ୱରକୁ ଫେରିଥିଲେ।

ମାର୍ଚ୍ଚ ୧୩ରେ ଅସୁସ୍ଥ ଅନୁଭବ କରିଥିଲେ ସଂପୃକ୍ତ ବ୍ୟକ୍ତି। ଏହି ସମୟରେ ସେ ମାର୍ଚ୍ଚ ୧୬ରେ ବିଧାନସଭା ଡିସ୍ପେନସାରିକୁ ଚିକିତ୍ସା ପାଇଁ ଯାଇଥିଲେ। ପରେ ନିମୋନିଆ ହେବାରୁ ୨୧ ତାରିଖରେ କର କ୍ଲିନିକ ଯାଇ ୨୩ରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ୨୪ରେ ସେଠୁ ଡିସଚାର୍ଜ ହୋଇ ୨୫ରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ।

ତାଙ୍କ ରକ୍ତ ଓ ସ୍ୱାବ୍ ନମୁନା ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ତାଙ୍କ ପତ୍ନୀ, ଝିଅ ଓ ଡ୍ରାଇଭରଙ୍କୁ ଆଇସୋଲେସନରେ ରଖାଯାଇଛି। ତେବେ ଏହି ବ୍ୟକ୍ତିଙ୍କ ଯଦି କେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସତର୍କ ରୁହନ୍ତୁ। ସରକାରଙ୍କୁ ଜଣାଇବା ସହ ହୋମ କ୍ୱାରେଣ୍ଟାଇନ୍ ପାଇଁ ପରାମର୍ଶ ଦେଇଛନ୍ତି।

You might also like