ସାଧୁ ସନ୍ଥଙ୍କ ବିରୋଧ ଯୋଗୁ ପ୍ରଶାସନ ଭାଙ୍ଗି ପାରିଲାନି ବଡ଼ ଆଖଡ଼ା ମଠ

ପୁରୀ: ସାଧୁ ସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ବନ୍ଦ ରହିଲା ବଡ଼ ଆଖଡ଼ା ମଠ ଉଚ୍ଛେଦ ପ୍ରକ୍ରିୟା । ଦୁଇଦିନର ବିରତି ପରେ ଆଜି ୭୫ ମିଟର ପରିଧି ଭିତରେ ଉଚ୍ଛେଦ ଅଭିଯାନକୁ ଆଗେଇ ନେବାକୁ ଚାହୁଁଥିବା ଜିଲ୍ଲାପ୍ରଶାସନକୁ ଝଟକା ଲାଗିଛି। ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ସାଧୁସନ୍ଥ। ସେପଟେ

ଜିଲ୍ଲାପାଳ କହିଛନ୍ତି ଯେ, ମଠ ମହନ୍ତ, ସାଧୁସନ୍ଥଙ୍କ ସହ ଆଲୋଚନା ସଫଳ ହୋଇଛି।୨/୩ ଦିନ ଭିତରେ ଆଲୋଚନା କରି ପଦକ୍ଷେପ ନେବୁ। ଏବେ ଉଚ୍ଛେଦ ସାମୟିକ ବନ୍ଦ ରଖାଯାଇଛି। ଆଜି ଆନ୍ଦୋଳନକାରୀ ସାଧୁ ସନ୍ଥଙ୍କ ଅଭିଯୋଗ ଥିଲା ଯେ, ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ଏବଂ ବିପଦଶଂକୁଳ ବୋଲି ଦସ୍ତାବିଜ୍‌ରେ ଦସ୍ତଖତ କରିବାକୁ ପ୍ରଶାସନ ଚାପ ପକାଉଛି ।

ସେମାନେ ପ୍ରଶ୍ନ କରିଥିଲେ ମଠ ସଂପୂର୍ଣ୍ଣ ସୁରକ୍ଷିତ ଥିଲେ ବି କେଉଁ ଆଧାରରେ ଅସୁରକ୍ଷିତ ଦର୍ଶାଇ ଭାଙ୍ଗିବାକୁ ଯାଉଛି ପ୍ରଶାସନଅ ? ଯଦି ମଠ ବିପଦଶଙ୍କୁଳ ଥିଲା ତେବେ ଏହାରି ପରିସରରେ ବର୍ଷ ବର୍ଷ ଧରି ସିଂହଦ୍ୱାର ଥାନା ଚାଲିଥିଲା କେମିତି ? ତେଣୁ କୌଣସି ପରିସ୍ଥିତିରେ ମଠ ସଂସ୍କୃତି ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି କହି ଉଚ୍ଛେଦକୁ ବିରୋଧ କରିଥିଲେ ସାଧୁସନ୍ଥ । ପ୍ରଶାସନ କଥାରେ ସ୍ପଷ୍ଟତା ନଥିବା କହି ମଠ ମହନ୍ତ ଶ୍ରୀ ହରିନାରାୟଣ ଦାସ ମଧ୍ୟ ଅସହମତି ପ୍ରକାଶ କରିଥିଲେ ।  ବିରୋଧ ବଢୁଥିବା ଦେଖି ଉଚ୍ଛେଦ ପାଇଁ ପଛଘୁଞ୍ଚା ଦେଇଥିଲା ପ୍ରଶାସନ।

ହେଲେ ଅପରାହ୍ନରେ ସ୍ଥିତି ବଦଳିଗଲା । ଜିଲ୍ଲାପାଳଙ୍କ ଡକରାରେ ହଠାତ୍ ମଠ ମହନ୍ତଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଙ୍ଗରେ ନେଇଗଲେ ଉପଜିଲ୍ଲାପାଳ। ସଂଗେ ସଂଗେ ଉଚ୍ଛେଦ କାର୍ଯ୍ୟରେ ବ୍ୟବହୃତ ସାଜ ସରଞ୍ଜାମ ସହ ପୁରା ମଠକୁ କର୍ଡନ କରିନେଲା ପୋଲିସ । ମଠ ପାଖରେ ପାଖାପାଖି ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଉପସ୍ଥିତିକୁ ଦେଖି ବିରୋଧ ବି ବଢ଼ିଥିଲା। ଜୋର୍ ଧରିଥିଲା ନାରାବାଜି। ଉଚ୍ଛେଦକାରୀ  ଓ ସାଧୁସନ୍ଥଙ୍କ ଭିତରେ ଦିନତମାମ ଏଭଳି ଛକାପଞ୍ଝା ଭିତରେ ଆଜି ପାଇଁ ଉଚ୍ଛେଦକୁ ବନ୍ଦ ରଖିଛି ପ୍ରଶାସନ।

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like