• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ସୁନ୍ଦରଗଡ଼: ବିପର୍ଯ୍ୟସ୍ତ ରାସ୍ତାର ଅବସ୍ଥା। ଜୀବନକୁ ପାଣି ଛଡ଼େଇ ଯାତାୟାତ କରୁଛନ୍ତି ଲୋକେ। ରାତି କଣ ଦିନରେ ବି ଗାଡ଼ି ଚଲେଇ ଯିବା କଷ୍ଟକର। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବରସୁଆଁରୁ ଟେନ୍ସାର ୧୨ କିମି ରାସ୍ତାର ଏପରି ଅବସ୍ଥାକୁ ନେଇ ଲୋକେ ଅତିଷ୍ଠ ପଡ଼ିଲେଣି। ସେହିପରି ଜିଲ୍ଲାର ଗୁରୁଣ୍ଡିଆରୁ ବଣେଇ ଯାଏ ବି ରାସ୍ତାର ଅବସ୍ଥା ବେହାଲ୍। ଗାଡ଼ି ମଟର ଦୂରର କଥା ପାଦରେ ଚାଲିବା ବି କଷ୍ଟକର।

ରାସ୍ତାରେ ବଡ଼ ବଡ଼ ଖାଲ, ଧୂଳି ଧୂସରିତ ପରିବେଶରେ ଅକ୍ତାମାକ୍ତ ପଥଚାରୀ। ନାଁକୁ ଖାଲି ପିଡବ୍ଲୁଡି ରାସ୍ତା, ମାତ୍ର କେଉଁଠି ବି ପିଚୁର ଚିହ୍ନବର୍ଣ୍ଣ ନାହିଁ। ମରଣଯନ୍ତା ପାଲଟିଛି ସୁନ୍ଦରଗଡ଼ ଜିଲ୍ଲା ବରସୁଆରୁ ଟେନ୍ସା ଯାଉଥିବା ୧୨ କିମିର ରାସ୍ତା। ଦିନରାତି ଏଇ ରାସ୍ତାଦେଇ ଯାତାୟତ କରୁଛି ଶହଶହ ଟ୍ରକ୍। କୋଇଡା, ଟେନ୍ସା ଅଂଚଳରେ ଥିବା ବିଭିନ୍ନ ଲୁହାପଥର ଖଣିରୁ ଖଣିଜ ପଦାର୍ଥ ଧରିବରସୁଆ, ବଣାଇ, ରାଉରକେଲା, ପାରାଦୀପ, ଝାରସୁଗୁଡା ଭଳି ଅଂଚଳକୁ ଯାଉଛି ଶତାଧିକ ଟ୍ରକ୍।ଏହାସହିତ ଆମ୍ବୁଲାନ୍ସ, ବସ୍ ଏବଂ ବାଇକ ଚାଳକ ବି ଏଇ ରାସ୍ତା ଉପରେ ନିର୍ଭର କରିଥାନ୍ତି। ତେବେ ରାସ୍ତାଟିରେ ଏତେ ମାତ୍ରାରେ ଧୂଳି ଉଡୁଛି ଯେ, ସାମନା ପଟୁ କିଛି ଦେଖାଯାଉନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। କିନ୍ତୁ ଉପଜିଲ୍ଲାପାଳ କହିଛନ୍ତି, ଟେଣ୍ଡର ପ୍ରକ୍ରିୟା ସରିଛି, ଖୁବ୍ ଶୀଘ୍ର କାମ ହେବ। ତେବେ କେବେ କାମ ହେବ ତାହା ଈଶ୍ୱର ଜାଣନ୍ତି।

ସେପଟେ ଜିଲ୍ଲାର ଗୁରୁଣ୍ଡିଆ ଠାରୁ ବଣେଇ ପର୍ଯ୍ୟନ୍ତ ୯ କିମି ରାସ୍ତା ବି ଦୁଃଖ ଦେଉଛି ଲୋକଙ୍କୁ। ରାସ୍ତାରୁ ପିଚୁ ଉଠିଯାଇ ଗେଟି ବାହାରି ପଡ଼ିଥିବା ବେଳେ ଖାଲ ଢିପରେ ଭର୍ତ୍ତି ହୋଇଛି ରାସ୍ତାଘାଟ। ଯାହାଫଳରେ ଯାତାୟାତ କରିବାକୁ ନାନା ହଇରାଣ ହେଉଛନ୍ତି ଲୋକେ। ରାଜାମୁଣ୍ଡାଠୁ ରାଉରକେଲା ଏନଏଚ୍ ରାସ୍ତା ନିର୍ମାଣରେ ବିଳମ୍ବ ଯୋଗୁ ଏହି ରାସ୍ତା ଉପରେ ଗୁରୁଣ୍ଡିଆ, ବଡଗା, ତାମରା, ପଙ୍କଡିହି ଭଳି ୪୦ଟି ଗାଁର ଲୋକେ ନିର୍ଭର କରୁଛନ୍ତି। ରାସ୍ତାର ମରାମତି କାମ ଶୀଘ୍ର କରିବାକୁ ଲୋକ ଦେବା କରୁଥିବା ବେଳେ ଏଠାରେ ଜିଲ୍ଲାପାଳ କହିଛନ୍ତି ରାସ୍ତାର ମରାମତି ବ୍ୟବସ୍ଥା କରାଯିବ।

 

Bad-road-situation-in-sundargarh-barsuan-to-tensa-road
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories