ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱରର ବଚନସୁଧା ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ ମାମଲାର ରାୟ ଶୁଣାଇ ଦୋଷୀ ଦିପ୍ତୀରଞ୍ଜନ ପଟ୍ଟନାୟକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ସେପଟେମ୍ବର ୧୩ରେ ରସୁଲଗଡ଼ ଘରେ ବଚନସୁଧାଙ୍କୁ ହତ୍ୟା କରାଯାଇଥିଲା। ପରେ ପୋଲିସର ତଦନ୍ତରେ ଘରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଦିପ୍ତୀରଞ୍ଜନ ପଟ୍ଟନାୟକ ବଚନସୁଧାଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। ଏନେଇ ତାକୁ ଗିରଫ କରାଯାଇଥିଲା ମଧ୍ୟ। ତେବେ ୧୮ ଜଣ ସାକ୍ଷୀ ଓ ପାରିପାର୍ଶ୍ୱିକ ପ୍ରମାଣକୁ ଦେଖି ଆଜି କୋର୍ଟ ଦିପ୍ତୀରଞ୍ଜନକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଟଙ୍କା, ସୁନା ଲୁଟ୍ ପାଇଁ ଛୁରି ଭୁସି ବଚନସୁଧାଙ୍କୁ ହତ୍ୟା କରିଥିଲା ଦୀପ୍ତି।
#ବଚନସୁଧା_ହତ୍ୟା_ମାମଲା; #ଦୋଷୀକୁ_ଆଜୀବନ
ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଦୋଷୀ ଦୀପ୍ତିରଞ୍ଜନ ପଟ୍ଟନାୟକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି, ଦଣ୍ଡ ଘୋଷଣା କଲେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍। ୧୩/୦୯/୨୦୧୩ରେ ରସୁଲଗଡ଼ ସ୍ଥିତ ଘରେ ହତ୍ୟା କରାଯାଇଥିଲା#Odisha #Bhubaneswar pic.twitter.com/vOZAtiOldI— ଓଟିଭି (@otvkhabar) March 18, 2021