କଅଁଳ ବୟସରେ ମଧୁମେହ ରୋଗର ଯନ୍ତ୍ରଣା

ରାୟଗଡ଼ା: ଖେଳକୁଦ ବୟସରେ ରୋଗ ଯନ୍ତ୍ରଣା ଯେମିତି ଜୀବନର ଗତି ବଦଳାଇ ଦେଇଛି। ଜ୍ୱରରେ ଛଟପଟ ହୋଇ ନିଇତି କାନ୍ଦୁଛି ଚାନ୍ଦିନୀ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ କନ୍ଧବାଲିଯୋଡ଼ି ଗାଁର ସାଢେ ୩ ବର୍ଷର ଝିଅ ଚାନ୍ଦିନୀ ଜାନୀ ମଧୁମେହ ରୋଗରେ ପୀଡ଼ିତ।

କେତେବେଳେ ହାତଗୋଡ଼ ବିନ୍ଧୁଛି, ତ କେତବେଳେ ଜ୍ୱରରେ ଥରୁଛି। ପୁଣି ପେଟ ଫୁଲି ଯନ୍ତ୍ରଣାରେ ଆଉଟୁ ପାଉଟୁ ହେଉଛି। ଚାନ୍ଦିନୀର ସୁଗାର ଏତେ ବଢ଼ିଛି ଯେ, ଦିନକୁ ତିନିଥର ଇନସୁଲିନ୍ ନେବାକୁ ପଡୁଛି। ବାପା, ମା ଦିନ ମଜୁରିଆ। ଯାହା ରୋଜଗାର ହେଉଛି ସବୁ ଝିଅର ଚିକିତ୍ସାରେ ଯାଉଛି। କେମିତି ପରିବାର ଚଳିବ ତା’ ସହ ଝିଅର ଚିକିତ୍ସା ହେବ ସେନେଇ ଚିନ୍ତାରେ ପରିବାର। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ସମ୍ପର୍କୀୟ।

ଏ ନେଇ ରାୟଗଡ଼ା ସିଡିଏମ୍‌ଓଙ୍କୁ ପଚରାଯିବାରୁ ମାଗଣା ଚିକିତ୍ସା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି। ଡାକ୍ତରୀ ରିପୋର୍ଟ ମିଳିଲେ ମାଗଣା ଔଷଧ ଓ ଇନସୁଲିନ୍ ଯୋଗାଇ ଦିଆଯିବ ବୋଲି ସିଡିଏମଓ କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like