ବାଲେଶ୍ୱର : ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ବାଲେଶ୍ୱର ମିତ୍ରପୁର ମଛୁଅା ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଜଣେ ମହିଳା ଜଙ୍ଗଲକୁ ଯାଇଥିବା ବେଳେ ଶିଶୁ କନ୍ୟାଟି ତଳେ ପଡି କୁଆଁ କୁଆଁ ହୋଇ କାନ୍ଦୁଥିବା ଶୁଣିବାକୁ ପାଇଥିଲେ।
ଏହାପରେ ଶିଶୁଟିକୁ ଘରକୁ ଅାଣି ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଦେଇଥିଲେ। ସମ୍ପର୍କୀୟ ମହିଳାଙ୍କର କନ୍ୟା ସନ୍ତାନ ନଥିବାରୁ ସେ ଏହି ଶିଶୁଟିକୁ ପାଇ ବେଶ୍ ଖୁସି ହୋଇଯାଇଥିଲେ। ଏବେ ଉଦ୍ଧାର ଶିଶୁକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର SNCUରେ ଭର୍ତ୍ତି କରାଯାଇଛି। ଶିଶୁକନ୍ୟାର ଓଜନ ୧ କିଲୋ ୪୦୦ ଗ୍ରାମ ଥିବାବେଳେ ସୁସ୍ଥ ଥିବା ଜଣାପଡିଛି।
ତେବେ ନବଜାତ ଶିଶୁଟିକୁ କିଏ ଓ କାହିଁକି ଜଙ୍ଗଲରେ ଫୋପାଡି ଦେଇଥିଲା, ତାହା ଜଣାପଡିନାହିଁ।
Published By: Odishatv Bureau
Last updated: 19 September 2018, 04:34 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।