ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଚାରମାଲ କେଉଟିବାହାଳି ଗାଁରେ ଶିଶୁକନ୍ୟା ବିକ୍ରି ଘଟଣାରେ ଏକ ସ୍ପର୍ଶକାତରତା ବିଷୟ ଲୋକଲୋଚନକୁ ଆସିଛି। ଦାରିଦ୍ର୍ୟର ତାଡ଼ନାରେ ପେଶି ହୋଇ ନିଜ ମାଆ ଏକ ମାସ ସାତଦିନର ପିଲାଟିକୁ ବିକ୍ରି କରି ସେହି ଟଙ୍କାରେ ଘର ତିଆରି କରିଥିବା ଜଣାପଡିଛି।

ଏପଟେ ସମ୍ବଲପୁରସ୍ଥିତ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଶିଶୁକୁ ଉଦ୍ଧାର କରି ରଖାଯାଇଛି। ଶିଶୁ କନ୍ୟାର ମାଆ ନଳିନୀ କର୍ଣ୍ଣଙ୍କ କହିବାନୁଯାୟୀ, ତାଙ୍କ ବୁଢିମା ଓ ୩ ବର୍ଷର ଗୋଟିଏ ପୁଅ ସହିତ ଭଙ୍ଗା ଝାଟିମାଟି ଘରେ ସେ ରହୁଥିଲେ। ଶିଶୁ କନ୍ୟାକୁ ବିକ୍ରିକରି ଯେଉଁ ୧୫ ହଜାର ଟଙ୍କା ପାଇଥିଲେ, ସେହି ଟଙ୍କାରେ ଆଜବେଷ୍ଟ ପକାଇ ମାଟିକାନ୍ଥ ଦେଇ ତିନିପ୍ରାଣୀ ମୁଣ୍ଡ ଗୁଞ୍ଜିଛନ୍ତି ।

ବୁଢ଼ିମାଆ ନାଁରେ ଯେଉଁ ୫ କେଜି ଚାଉଳ ମିଳୁଛି, ତାହା ଉପରେ ନିର୍ଭର କରି ଚଳୁଛନ୍ତି ସମସ୍ତେ। ତା’ସହ ମୂଲମଜୁରି କରି ସାହି ପଡୋଶୀଙ୍କ ସହାୟତାରେ ଜୀବନ ବିତୁଛି। ହେଲେ ସରକାରଙ୍କ ଅନ୍ୟ ଯୋଜନାଗୁଡ଼ିକରୁ ବଞ୍ଚିତ ବୋଲି ଅଭିଯୋଗ କରିଛନ୍ତି ଶିଶୁର ମାଆ ନଳିନୀ କର୍ଣ୍ଣ।

ପିଲାଟିକୁ ପୋଷିବା ପାଇଁ ସକ୍ଷମ ନଥିବାରୁ ୧୫ ହଜାର ଟଙ୍କାରେ ପିଲାଟିକୁ ବିକ୍ରି କରିଥିବା ସେ କହିଛନ୍ତି। ସେହି ଟଙ୍କାରେ ଘରଟିଏ କଲୁ ବୋଲି ତାଙ୍କ ବୁଢିମାଆ କହିଛନ୍ତି। ସ୍ୱାମୀ ଅନ୍ୟତ୍ର ରହୁଥିବା ବେଳେ ନଳିନୀ ନିଜର ୫ମ ପୁତ୍ରକୁ ଧରି ବୁଢ଼ିମା ପାଖରେ ରହୁଛନ୍ତି। ଏପଟେ ସରପଞ୍ଚ କହିଛନ୍ତି ଯେ ସେମାନେ ସ୍ଥାୟୀ ଭାବେ ଏଠି ନରହୁଥିବାରୁ ଘର ପାଇଁ ସମସ୍ୟା ଉପୁଜୁଛି।

ଆହୁରି ପଢ଼ନ୍ତୁ

କମୁନି କରୋନା ପ୍ରଭାବ; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦, ଆଖି ବୁଜିଲେ ୧୬

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ

‘ମୋ ବାପାଙ୍କୁ ଅଫିସରେ ଡିଏମ୍‌ ବହୁତ ମାନସିକ ନିର୍ଯାତନା ଦେଉଥିଲେ’

ନଦୀ ଘାଟରେ ଡଙ୍ଗା ଭସାଇବା ମନା

୬ ବର୍ଷ ବିତିଯାଇଥିଲେ ବି ବ୍ୟାରେଜ କାମ ଆଗୋଉନଥିବା ଅଭିଯୋଗ

୭ ଜଣଙ୍କ ଉପରେ ଚଢାଇଦେଇ ଚାଲିଗଲା ଡମ୍ପର

ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗ

ବିଧାନସଭାରେ ପୁରୀ ପୂର୍ବତନ ଏସ୍‌ପିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ୍‌

ପରୀ ହତ୍ୟା ମାମଲା; ମନ୍ତ୍ରୀ ଅରୁଣ ସାହୁଙ୍କୁ ନେଇ ଉଠିଲା ପ୍ରଶ୍ନ

IIFL ଲୁଟ୍ ଘଟଣାର ପର୍ଦ୍ଦାଫାସ୍,‌ ମାଷ୍ଟରମାଇଣ୍ଡ ଆଉ କେହି ନୁହେଁ କମ୍ପାନୀର..

୨ ଦିନ ପରେ ନାଗାର୍ଜୁନ ବେଶ

‘ଝିଅକୁ ମାରିବାରେ ଅରୁଣ ସାହୁଙ୍କ ହାତ ଅଛି’

You might also like