ଖାଲରେ ପଡିଥିବା ହାତୀ ଛୁଅା ଉଦ୍ଧାର

ରେଢାଖୋଲ : ସମ୍ବଲପୁର ରେଢାଖୋଲରୁ ଉଦ୍ଧାର ହେଲା ଖାଲରେ ପଡିଥିବା ହାତୀ ଛୁଅା। ସାନ ହିଣ୍ଡୋଳ ଗାଁ ପାଖରେ ଏକ ଖାଲ ଭିତରେ ଗତକାଲି ହାତୀ ଛୁଅାଟି ପଡିଯାଇଥିଲା। ହେଲେ ଯେତେ ଚେଷ୍ଟା କଲେ ବି ଖାଲରୁ ବାହାରି ପାରିନଥିଲା।

ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଥିଲା। ଜେସିବି ମେସିନ ସାହାଯ୍ୟରେ ମାଟି ଖୋଳାଯାଇ ଖାଲ ଯାଏଁ ସଂଯୋଗ କରାଯାଇଥିଲା। ଶେଷରେ ସେହି ବାଟ ଦେଇ ବାହାରକୁ ଅାସିଥିଲା ହାତୀ ଛୁଅା। ବାହାରକୁ ବାହାରିବା ପରେ ଏହି ହାତୀ ଛୁଅା ନିକଟସ୍ଥ ଜଙ୍ଗଲକୁ ପଳାଇଥିବା ଦେଖିବାକୁ ମିଳିଥିଲାା ହାତୀ ଛୁଅାକୁ ଉଦ୍ଧାର ପାଇଁ ସାରା ରାତି ଉଦ୍ୟମ ଜାରି ରଖିଥିଲା ବନ ବିଭାଗ।

You might also like