• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ବାପା ହେଲେ ବାବୁସାନ୍‌। ଓଲିଉଡ ଇଣ୍ଡଷ୍ଟ୍ରିର ଲଭର ବୟ ବାବୁସାନ ବାପା ହେବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବାବୁ ସାନ୍ ମଙ୍ଗଳବାର ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତୃପ୍ତି ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି। ତେବେ ପୁଅ ହେବା ସମ୍ପର୍କିତ ଖବର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସାମାଜିକ ଗଣମାଧ୍ୟମରେ ଓଲିଉଡରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରୁ ବାବୁସାନ୍‌ଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଜଣେ ଓଲିଉଡ ପ୍ରଯୋଜକ ଏବଂ ଫିଲ୍ମ ପିଆର୍‌ଓ ଏନେଇ ସୂଚନା ଦେଇଛନ୍ତି। ଉଭୟେ ମା’ ଏବଂ ପୁଅ ସୁସ୍ଥ ଅଛନ୍ତି । ଦୁଇଦିନ ତଳେ ବାବୁସାନଙ୍କ ପତ୍ନୀ ତୃପ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲା ବେଳେ, ଆସନ୍ତା ୨ଦିନ ମଧ୍ୟରେ ଡିସ୍‌ଚାର୍ଜ ହେବେ ବୋଲି ସୂଚନା ରହିଛି। କରୋନା କଟକଣା ଥିବାରୁ କେହି ହସ୍ପିଟାଲ୍‌ ଯାଇପାରିନାହାନ୍ତି କେବଳ ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।

ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ତାଙ୍କ ପ୍ରଶଂସକମାନେ ଜେଜେ ହେଲେ ବୋଲି ଅଭିନନ୍ଦନ ଜଣାଇଥିବାବେଳେ ଅପରାଜିତାଙ୍କୁ ଜେଜେମା’ ବୋଲି ବହୁ ପ୍ରଶଂସକମାନେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ତେବେ ବାବୁସାନ୍‌ଙ୍କ ପ୍ରଶଂସକମାନେ ଜୁନିଅର୍ ବାବୁସାନ୍‌ ବୋଲି ନବଜାତ ପୁତ୍ରକୁ ଆଶୀର୍ବାଦ କରିଛନ୍ତି । ଗତ ୨୦୧୪ ମସିହାରେ ବାନ୍ଧବୀ ତୃପ୍ତି ଶତପଥୀଙ୍କୁ ବାବୁସାନ ବିବାହ କରିଥିଲେ।

Babushan-became-father-of-baby-boy
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories