ଗୋଟିଏ ଦିନରେ ଦୁଇଟି ଏନ୍‌କାଉଣ୍ଟର୍

ଗଞ୍ଜାମ: ଆଜି ଦିନରେ ଦ୍ୱିତୀୟ ଥର ଏନ୍‌କାଉଣ୍ଟର୍ କରିଛି ଗଞ୍ଜାମ ପୁଲିସ୍। ଆଜି ସକାଳେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ୍‌ ମଣିକୁ ଏନ୍‌କାଉଣ୍ଟର କରିବା ପରେ ପୁଣି ବାବୁ ନାଏକଙ୍କୁ ଏନ୍‌କାଉଣ୍ଟର କରିଛି ପୁଲିସ୍। ଜଗନ୍ନାଥ ପ୍ରସାଦ ଥାନା କରଡ଼ାବଣି ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି। 

ନିକଟରେ ପୁଲିସ୍‌କୁ ଚକ୍‌ମା ଦେଇ ହସ୍ପିଟାଲରୁ ଛୁ ମାରିଥିଲା ବାବୁ। ବିଭିନ୍ନ ଥାନାରେ ବାବୁ ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି।

ଦଞ୍ଜାମ ପୁଲିସ୍ ବାବୁର ଆଉ ଜଣେ ସହଯୋଗୀକୁ ବି ଗିରଫ କରିବା ସହିତ ୨ଟି ପିସ୍ତଲ୍, ଏକ ବାଇକ୍ ମଧ୍ୟ ଜବତ କରିଛି। ଏହି ଘଟଣାରେ ୫ ଜଣ ପୁଲିସ୍ କର୍ମଚାରୀ ସସ୍‌ପେଣ୍ଡ୍‌ ହୋଇଥିଲେ।

 

You might also like