ଘରକୁ ଫେରିଲେ ଇଞ୍ଜିନିୟର ଭିକାରି

ପୁରୀ: ଶେଷରେ ଘରକୁ ଫେରିଲେ ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ବି.ଟେକ୍‌ ଇଞ୍ଜିନିୟର ଗିରିଜା ଶଙ୍କର ମିଶ୍ର। ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିବା ସୂଚନା ମିଳିଛି।

ତାଙ୍କ ଘର ଭୁବନେଶ୍ୱରରେ ଓ ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଡିଏସ୍‌ପି।

ସବୁଦିନ ଭଳି ବଡ଼ଦାଣ୍ଡରେ ସେ ଭିକ୍ଷାବୃତ୍ତି କରୁଥିବା ବେଳେ ଗିରିଜାଙ୍କ ଆଗରେ ଜଣେ ରିକ୍ସା ଚାଳକ ତାଙ୍କ ରିକ୍ସାକୁ ରଖିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷ ପିଟାପିଟି ହେବା ପରେ ଥାନାରେ ମାମଲା ପହଞ୍ଚିଥିଲା।

ଗିରିଜା ନିର୍ଭୁଲ୍‌ ଭାବରେ ଇଂରାଜୀରେ ଲେଖିଥିବା ଏତଲାରୁ ତାଙ୍କର ପ୍ରକୃତ ପରିଚୟ ସମ୍ପର୍କରେ ଜଣାପଡ଼ିଥିଲା। ସେ ଜଣେ ଉଚ୍ଚ ଶିକ୍ଷିତ ତଥା ବି.ଟେକ୍‌ ଇଞ୍ଜିନିୟର ବୋଲି ଜାଣିବାକୁ ମିଳିଥିଲା। କୌଣସି କାରଣରୁ ସେ ଭିକ୍ଷାବୃତ୍ତିକୁ ଆପଣାଇ ନେଇଥିଲେ ବୋଲି କୁହାଯାଉଛି।

You might also like