ଗିରଫ ହେଲେ ରାଜ୍ୟ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ମହିଳାଙ୍କୁ କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର। ଗିରଫ ହେଲେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ। ଭୁବନେଶ୍ୱର ମହିଳା ଥାନା ପୋଲିସ୍ ତାଙ୍କୁ ଗିରଫ କରିଛି। କିଛି ସମୟ ପୂର୍ବରୁ ତାଙ୍କୁ ମହିଳା ଥାନାରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବିଧିବଦ୍ଧ ଭାବେ ଦର୍ଶାଯାଇଛି।

ବିଭୁ ପ୍ରସାଦ ଷଡଙ୍ଗୀଙ୍କ ବିରୋଧରେ କାର୍ଯ୍ୟକ୍ଷେତ୍ରରେ ଅଶ୍ଳୀଳ ଇଙ୍ଗିତ ଏବଂ ମାନସିକ ନିର୍ଯାତନା ଦେବା ଅଭିଯୋଗ ଆଣିଥିଲେ ସେହି ବିଭାଗର କଣେ ମହିଳା କର୍ମଚାରୀ। ଏନେଇ ମହିଳା କର୍ମଚାରୀ ଜଣକ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାଏର କରିଥିଲେ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ନିର୍ଦ୍ଦେଶକ ତାଙ୍କ ସହ ମୋବାଇଲରେ  ଅଶ୍ଳୀଳ  ଭିଡିଓ ଏବଂ ମେସେଜ ପଠାଇ ଚାଟିଂ କରିଥିଲେ। ଫୋନରେ ମଧ୍ୟ ତାଙ୍କ ସହ ଆପତ୍ତିଜନକ କଥାବାର୍ତ୍ତା କରିଥିଲେ। ବାରମ୍ବାର ବାରଣ ସତ୍ତ୍ୱେ ତାଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଯୁବତୀ ଅଭିଯୋଗ ଆଣିଥିଲେ।

ପରେ ସମ୍ପୃକ୍ତ ନିର୍ଦ୍ଦେଶକ ମହିଳାଙ୍କ ବିରୋଧରେ ଅଭିଯୋଗକୁ ମିଥ୍ୟା ଓ ଷଡ଼ଯନ୍ତ୍ରପୂର୍ଣ୍ଣ ବୋଲି କହିବା ସହ ଭୁବନେଶ୍ୱର ମହିଳା ଥାନାରେ ପାଲଟା ଏତଲା କରିଥିଲେ। ସଂପୃକ୍ତ ଯୁବତୀ ଓ ପ୍ରୋଗ୍ରାମ ମ୍ୟାନେଜର ଷଡ଼ଯନ୍ତ୍ର କରିଥିବା ଆୟୁଷ ନିର୍ଦ୍ଦେଶକ ତାଙ୍କ ଏତଲାରେ ଦର୍ଶାଇଥିଲେ।

You might also like