ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ ମିଛ! ପାଲଟା ଏତଲା ଦେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଅଶ୍ଳୀଳ ଇଙ୍ଗିତ ଏବଂ ମାନସିକ ନିର୍ଯାତନା ନେଇ ମହିଳାଙ୍କ ଅଭିଯୋଗ ଉପରେ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ଆୟୁଷ ଓଡ଼ିଶାର ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ। ତାଙ୍କ ବିରୋଧରେ ଅଭିଯୋଗକୁ ମିଥ୍ୟା ଓ ଷଡ଼ଯନ୍ତ୍ରପୂର୍ଣ୍ଣ ବୋଲି କହିବା ସହ ଭୁବନେଶ୍ୱର ମହିଳା ଥାନାରେ ପାଲଟା ଏତଲା କରିଛନ୍ତି।

ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ନିଯୁକ୍ତି ବେଆଇନ ଥିବା ନିକଟରେ ଜଣାପଡ଼ିଥିଲା। ପ୍ରୋଗ୍ରାମ ମ୍ୟାନେଜରଙ୍କ ଜରିଆରେ ଜାଲ୍ କାଗଜାତ ଦେଇ ନିଯୁକ୍ତି କରାଯାଇଥିଲା। ଏନେଇ ସଂପୃକ୍ତ ପ୍ରୋଗ୍ରାମ ମ୍ୟାନେଜର ଓ ସଂସ୍ଥାକୁ ମଧ୍ୟ ନୋଟିସ କରାଯାଇଥିଲା ବୋଲି ସେ ଲେଖିଛନ୍ତି।

ଫଳରେ ଏହାକୁ ନେଇ ସଂପୃକ୍ତ ଯୁବତୀ ଓ ପ୍ରୋଗ୍ରାମ ମ୍ୟାନେଜର ଷଡ଼ଯନ୍ତ୍ର କରିଥିବା ଆୟୁଷ ନିର୍ଦ୍ଦେଶକ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ତାଙ୍କ ମୋବାଇଲରୁ କୌଣସି କଲ୍ କି ମେସେଜ୍ ଯାଇନି ଭଏସ୍ କଲ୍ ଓ ମେସେଜ ଫୋରେନସିକ୍ ଲ୍ୟାବ୍ ପଠାଇବାକୁ ଦାବି କରିଛନ୍ତି ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ।

ଆୟୁଷ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ସେ ମାନସିକ ନିର୍ଯାତନା ଦେଉଥିବା ନେଇ ତାଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାଏର ହୋଇଥିଲା। ଅଧିକାରୀ ଜଣକ ଅଶ୍ଳୀଳ ଭିଡିଓ, ଫୋନ୍, ମେସେଜ ପଠାଉଥିବା ଏତଲାରେ ଉଲ୍ଲେଖ କରିଥିଲେ ଯୁବତୀ।

ଆହୁରି ପଢ଼ନ୍ତୁ

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

You might also like