ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବର୍ଜନ ନେଇ ସଚେତନତା

ଭୁବନେଶ୍ୱର: ଏକକ ବ୍ୟବହୃତ ପ୍ଲାଷ୍ଟିକ(ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌) ବର୍ଜନ ନେଇ ନବୋଦୟ ଆଲୁମିନି ଆସୋସିଏସନ୍‌ (ଓଡ଼ିଶା) ପକ୍ଷରୁ ଏକ ସଚେତନତା ପଦଯାତ୍ରା ଆୟୋଜିତ କରାଯାଇଛି।

ଗତକାଲି ସହିଦ ନଗର ଦୁର୍ଗାମଣ୍ଡପ ଠାରୁ ଏକ ରାଲି ବାହାରି ପିଏମ୍‌ଜିରେ ପହଞ୍ଚିଥିଲା। ସେଠାରେ ଏକ ସଭା ଆୟୋଜିତ ହୋଇଥିଲା। ରାଲିରେ ପ୍ରାୟ ୨୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ, ସାଧାରଣ ଜନତା ପ୍ରମୁଖ ଏହି ରାଲିରେ ସାମିଲ ହୋଇଥିଲେ। ପିଏମ୍‌ଜିରେ ଆୟୋଜିତ ଏହି ସଭାରେ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ।

ଲୋକଙ୍କୁ ୧୦ଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବଦଳରେ ଗୋଟିଏ ଝୋଟ ବ୍ୟାଗ୍‌ ଦେଇ ଆକର୍ଷିତ କରିବା ସହ ଏକ ନିଆରା ଢଙ୍ଗରେ ସଚେତନତାର ପ୍ରୟାସ ଆରମ୍ଭ ହୋଇଥିଲା।

You might also like