ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର: ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ। ବାଲେଶ୍ୱର ଜିଲ୍ଲାରେ ଏହି ଘଟଣା ଘଟିଛି। ବାଲେଶ୍ୱର ଟାଉନ୍‌ଥାନା ତେଲଙ୍ଗାସାହିର ଜଣେ ଅଟୋ ଡ୍ରାଇଭରଙ୍କ ମତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଡ୍ରାଇଭର ଜଣକ ଷ୍ଟେସନ୍‌ରୁ ଯାତ୍ରୀଙ୍କୁ ନେଇ DRDO ଯାଇଥିଲେ। ଆଜି ସକାଳେ କୌଶଲ୍ୟା ମେମୋରିଆଲ ହସ୍ପିଟାଲ ସମ୍ମୁଖରୁ ଅଟୋ ସହ ଡ୍ରାଇଭରଙ୍କ ମୃତଦେହ ମିଳିଥିଲା। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେବାସହ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି।

ତେବେ ଏହା ଦୁର୍ଘଟଣା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

You might also like