ନଦୀକୁ ଖସି ପଡ଼ିଲା ଅଟୋ ଓ କାର୍

କୋରାପୁଟ: ମୁହାଁମୁହିଁ ଧକ୍କା ହେବା ପରେ ନଦୀକୁ ଖସି ପଡ଼ିଲା ଅଟୋ ଓ କାର୍। କୋରାପୁଟ ପାଡୁଆ ଥାନା ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ କାର ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଅଟୋରେ ଥିବା ସମସ୍ତ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପରସ୍ପରକୁ ଧକ୍କା ଦେବା ପରେ କାର୍ ଓ ଅଟୋ ଉଭୟ ପାତାଳୀ ନଦୀ ଭିତରକୁ ଖସି ପଡ଼ିଥିଲେ।

ଏବେ ବି କାର୍‌ଟି ନଦୀରେ ପଶି କି ଅଛି। ତେବେ ଏଥିରେ କେତେ ଜଣ ବସିଥିଲେ, ସେମାନେ କେଉଁଠିକାର ତାହା ଜଣାପଡ଼ିନାହିଁ। ପାଡୁଆ ପୋଲିସ୍ ଓ ନନ୍ଦପୁର ଅଗ୍ନିଶମ ବାହିନୀ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

You might also like