ବଡ଼ ଭାଇ ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଲା ସାନ ଭାଇ

କେନ୍ଦ୍ରାପଡ଼ା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ ଭାଇକୁ ହତ୍ୟା ଉଦ୍ୟମ। ବଡ଼ ଭାଇ ଶୋଇଥିବା ବେଳେ ସାନ ଭାଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଝାଡ଼ମାଳ ଗାଁରେ। ଗୁରୁତର ଅବସ୍ଥାରେ ବଡ଼ଭାଇ ବିଚିତ୍ର ପ୍ରଧାନକୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଆଜି ଦିନ ଗୋଟାଏ ସମୟରେ ବଡ଼ଭାଇ ବିଚିତ୍ର ପ୍ରଧାନ ଶୋଇଥିବା ବେଳେ ସାନ ଭାଇ ପବିତ୍ର ପ୍ରଧାନ ହତ୍ୟା କରିବା ଉଦ୍ଦେଶ୍ୟରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା କ୍ଷଣି ଅର୍ଦ୍ଧଦଗ୍ଧ ବିଚିତ୍ର ଘରୁ ବାହାରି ଆସି ତଳେ ପଡି ଯାଇଥିଲେ। ଘରୁ ବିଚିତ୍ର ବାହାରି ଆସିବା ପରେ ଚାଳ ଛପର ଘର ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜାଳି ଯାଇଥିଲା ଏହି ଘଟଣାରେ ସାନଭାଇ ପବିତ୍ର ପ୍ରଧାନକୁ ରାଜକନିକା ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଚାଲିଛି।

You might also like