ବିନିକା: ଆତ୍ମାହୁତି ଉଦ୍ୟମ ଅଭିଯୋଗ ଯେମିତି ରାଜ୍ୟ ପୋଲିସ ପ୍ରଶାସନର ନିଦ ହଜାଇ ଦେଇଛି। ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମକୁ ରୋକିବା ଲାଗି ପୋଲିସ ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ବି ନ୍ୟାୟ ଦାବିରେ ଲୋକେ ଏପରି ଉଦ୍ୟମ କରୁଛନ୍ତି। ଯାହାକୁ ରୋକିବା ପାଇଁ କାଠିକର ପାଠ ହୋଇପଡ଼ିଛି। ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭିତରେ ଜଣେ ଯୁବ ଠିକାଦାର କୌଣସି ଘଟଣାକୁ ନେଇ ଆତ୍ମାହୁତି ଉଦ୍ୟମ କରିଛନ୍ତି।

ଠିକାଦାର ଜଣକ ପୋଲିସ ଉପସ୍ଥିତିରେ ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ଉପସ୍ଥିତ ପୋଲିସ ତାଙ୍କୁ କାବୁ କରି ନେଇଥିଲେ। ତାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ,  ଠିକାଦାର ଜଣକ ଏକ ରାସ୍ତାକାମ କରିଥିଲେ। କାମ ବାବାଦରେ ତାଙ୍କର ୮୭ ହଜାର ଟଙ୍କା ବକେୟା ଥିଲା। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କୁ ଥାନାକୁ ଡାକିଥିଲା ପୋଲିସ। ସେଠାରେ ପୋଲିସ ସଂପୃକ୍ତ ଠିକାଦାରଙ୍କୁ  ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଥାନା ଭିତରେ ଠିକାଦାର ଜଣକ ନିଜ ଦେହରେ କିରୋସିନ ଢାଳି ଦେଇ ଆତ୍ମାହୁତି ଉଦ୍ୟମ କରିଥିବା ଜଣାଯାଇଛି।

ସୂଚନାଥାଉ କି, ଆଜି ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପ୍ରାଣୀଗ୍ରାହୀ । ମଣ୍ଡିରୁ ଧାନ ନ  ଉଠବା ପ୍ରତିବାଦରେ ସେ ଏପରି ପଦକ୍ଷେପ ନେବେ ବୋଲି ସେ ଧମକ ଦେଇ କହିଛନ୍ତି। ବିଧାନସଭାର ଶୂନ୍ୟକାଳରେ ବିଧାୟକ ଏଭଳି ଧମକ ଦେଇଛନ୍ତି।

 

Other Stories