ଡାକ୍ତରଙ୍କ କାନ ଛିଣ୍ଡାଇ ଦେଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର: ଡାକ୍ତରଙ୍କ ଉପରେ ରୋଗୀଙ୍କ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ବ୍ରହ୍ମପୁର MKCGରେ ଆଜି ଡାକ୍ତର-ରୋଗୀ ମୁହାଁମୁହିଁ ହୋଇଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଜଣେ ଡାକ୍ତରଙ୍କ କାନ ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।

MKCGର ପ୍ରସୂତୀ ବିଭାଗରେ ଜଣେ ମହିଳା ଲେବର ରୁମ୍‌ରେ ଥିବାବେଳେ ତାଙ୍କର ଜଣେ ସମ୍ପର୍କୀୟ ଭିତରକୁ ଯିବା ପାଇଁ ଅନୁମତି ମାଗିଥିଲେ। ହେଲେ ଲେବର୍ ରୁମ୍‌କୁ ଯିବାପାଇଁ ପ୍ରବେଶ କରିବାର ଅନୁମତି  ସଂପୃକ୍ତ ଡାକ୍ତର ସକିଲ ଖାନ ଦେଇ ନ ଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଡାକ୍ତରଙ୍କୁ ଆକ୍ରମଣ କରିବା ସହ  କାନ ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଡାକ୍ତରଖାନା ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଅଭିଯୁକ୍ତକୁ ନିକଟସ୍ଥ ଫାଣ୍ଡିରେ ଅଟକ ରଖିଛି । ନିଜେ ସଦର ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

You might also like