ତହସିଲଦାରଙ୍କ କାର୍‌ ଉପରକୁ ପଥରମାଡ଼, ଆକ୍ରମଣ ପଛରେ ପଥର ମାଫିଆଙ୍କ ହାତଥିବା ସନ୍ଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲଦାରଙ୍କ କାର୍‌ ଉପରକୁ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ କାର୍ ଡ୍ରାଇଭରଙ୍କ ସମେତ ସହ ଗାଡ଼ିରେ ଥିବା ଜଣେ RI ଓ ଆଉ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ତହସିଲଦାର ଅଶ୍ୱିନୀ ଦାଶ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପଥରମାଡ଼ରେ କାର୍‌ର କାଚ ଭାଙ୍ଗି ଯାଇଛି।

ସୂଚନା ଅନୁସାରେ, ଗତକାଲି ତହସିଲଦାର କର୍ମଚାରୀଙ୍କ ସହ ଏକ ପଥର ଖଣିକୁ ଚଢ଼ଉ କରିବାକୁ ଯାଇଥିଲେ। ସେଠାରୁ ସେ ଏକ ଚୋରା ଗାଡ଼ି ଜବତ କରି ଅଫିସ୍‌କୁ ଫେରୁଥିଲେ। ଏହି ସମୟରେ ବେଣ୍ଟ ଛକ ନିକଟରେ ପାଖାପାଖି ୪୦ଜଣ ଲୋକ ତାଙ୍କ ଗାଡ଼ି ଉପରକୁ ହଠାତ୍‌ ପଥରମାଡ଼ କରିଥିଲେ। ଏନେଇ ତହସିଲଦାର ଚାନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି।

ପଥର ମାଫିଆମାନେ ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।

You might also like