ବିଜେପି ନେତାଙ୍କୁ ମାଡ଼

ବିଜେଡି କର୍ମୀ ବିଜେପି ନେତାଙ୍କୁ ମାଡ଼ ମାରିଥିବା ଅଭିଯୋଗ

ଗଞ୍ଜାମ: ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଜେପି ନେତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ପଂଚାୟତ ସମିତି କାର୍ଯ୍ୟାଳୟରେ। ଧରାକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା। କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଘୁମୁସର ସାଂଗଠନିକ ଜିଲ୍ଲା କୃଷକ ସେଲ ସଭାପତି ପ୍ରଦୀପ ପତ୍ରୀ କିଛି କର୍ମୀଙ୍କ ସହ ଯାଇଥିଲେ।

ସେଠାରେ ସେ ବାହାଡାଗୁଡା ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲେ। ତା ସହ ସଂପୃକ୍ତ ଅଧିକାରୀ ଏବଂ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।  ତେବେ ଏହାକୁ ବିରୋଧ କରି କିଛି ବିଜେଡି କର୍ମୀ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ପୁଲିସ ଉପସ୍ଥିତିରେ କର୍ମୀଙ୍କୁ ମାଡ଼ ମରାଯାଇଥିଲେ ମଧ୍ୟ ପୁଲିସ ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ତେବେ ଏନେଇ ଉଭୟ ଦଳର କର୍ମୀଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

You might also like