ତହସିଲଦାରଙ୍କ ଗାଡ଼ିକୁ ଭାଙ୍ଗିଲେ, ପଥର ନେଇ ଚମ୍ପଟ ମାରିଲେ

ଖୋର୍ଦ୍ଧା: ଖୋର୍ଦ୍ଧା ତହସିଲଦାରଙ୍କ ଗାଡ଼ି ଉପରକୁ ପଥର ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଗଡ଼ଖୋର୍ଦ୍ଧା ନିକଟରେ ପଥର ଚାଲାଣ ହେଉଥିବା ବେଳେ ଏହାକୁ ଅଟକାଇଥିଲେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ। ତେବେ ଗାଡ଼ିକୁ ଜବତ କରି ଆଣିବା ପରେ ଆର୍‌ଆଇ ଆସିଥିବା ତହସିଲଦାରଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ ପଥର ମାଫିଆ। ଗାଡ଼ିର ପଛ ଭାଗ କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

ଘଟଣା ପରେ ଦୁର୍ବୃତ୍ତମାନେ ପଥର ବୋଝେଇ ଗାଡ଼ିକୁ ନେଇ ଚମ୍ପଟ ମାରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ୍ ଏହି ମାମଲାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ:ସମ୍ବିତ ପାତ୍ରଙ୍କ କାର୍‌ ଉପରେ ଆକ୍ରମଣ

You might also like