ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା; ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

କେନ୍ଦୁଝର: କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ମହାନ୍ତିଙ୍କୁ ଟାଉନ ଥାନା ପୋଲିସ ଅଟକ ରଖିଛି। ତାଙ୍କୁ ଘଟଣା ସମ୍ପର୍କରେ ଟିକିନିଖି ପଚରା ଯାଉଥିବା ଜଣାପଡ଼ିଛି। 

ଅଭିଯୋଗ ଅନୁଯାୟୀ, ଗତକାଲି ନିରଞ୍ଜନ ପଟ୍ଟନାୟକ ତାଙ୍କ ପିଏ, ଡ୍ରାଇଭର ଓ ସୁରକ୍ଷାକର୍ମୀଙ୍କ ସହ ୪ ଜଣ ଏକ କାର୍‌ରେ ଭୁବନେଶ୍ୱରରୁ କେନ୍ଦୁଝର ଯାଉଥିଲେ। ରାତି ପ୍ରାୟ ୮ଟା ସମୟରେ କାଶୀପୁର ନିକଟରେ ନିରଞ୍ଜନଙ୍କ ଗାଡି ଆଗକୁ ଏକ ବୋଲେରୋରେ ୪ରୁ ୫ଜଣ ଯୁବକ ଆସି ଗାଡ଼ି ଅଟକାଇଥିଲେ। ଏହାପରେ ନିରଞ୍ଜନଙ୍କ କାର୍‌ ଉପରେ ଆକ୍ରମଣ କରିବାରୁ ସୁରକ୍ଷା ପାଇଁ ଡ୍ରାଇଭର ଓ ପିଏସଓ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଦୁର୍ବୃତ୍ତମାନେ ନିରଞ୍ଜନଙ୍କ ଗାଡ଼ି ଡ୍ରାଇଭର ଓ ପିଏସ୍ଓ ରାଜେଶ ସିଂଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି।

ନିରଞ୍ଜନଙ୍କ ଉପସ୍ଥିତିରେ ସୁରକ୍ଷାକର୍ମୀ ଟାଉନ୍ ଥାନାରେ ଏତଲା ଦେଇଥିଲେ। ସୁରକ୍ଷାକର୍ମୀଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଥିଲା। 

You might also like