କଟକ : କଟକରେ ଓକିଲଙ୍କୁ ପୁଲିସ ଅାକ୍ରମଣ ଅଭିଯୋଗ ମାମଲାରେ ୨ ଗିରଫ । ଗତକାଲି ରାତିରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫମାନେ ହେଲେ ହୋମଗାର୍ଡ କିଶୋର ଜେନା ଓ ଅାକ୍ରମଣକାରୀ ଦିଲ୍ଲୀପ ସିଂ ।
ଅନ୍ୟପଟେ ଓକିଲଙ୍କୁ ପୁଲିସର ମାଡ଼ମରା ଘଟଣା ନେଇ ତୀବ୍ର ହୋଇଛି ଅାନ୍ଦୋଳନ। ଅାଜି ପରବର୍ତ୍ତୀ ପଦକ୍ଷେପ ନେଇ ଓକିଲ ସଂଘର ବୈଠକ ବସିବ। ବୈଠକରେ ଅାନ୍ଦୋଳନର ରୂପରେଖ ପ୍ରସ୍ତୁତ ହେବ। ଅାସନ୍ତାକାଲି ନବୀନ ନିବାସ ଘେରାଉ ପାଇଁ ନିଷ୍ପତ୍ତି ନେଇଛି ସଂଘ।
ଅନ୍ୟପଟେ ଗତକାଲି କଟକର ସବୁ ସରକାରୀ ଅଫିସ୍ ଅାଗରେ ଓକିଲ ଧାରଣା ଦେବା ସହ ପିକେଟିଂ କରି ଅଫିସ ଭିତରକୁ କାହାକୁ ଛାଡିନଥିଲେ। ଓକିଲ ଅାନ୍ଦୋଳନ ଯୋଗୁ କଟକର ସବୁ ଅଦାଲତରେ କାମ ଠପ୍ ହୋଇଯାଇଛି। ଏହା ସହିତ ଆର୍ଡିସି, ଜିଲ୍ଲାପାଳ, ଡିଆର୍ଡିଏ ସମେତ ବିଭିନ୍ନ ସରକାରୀ ଅଫିସରେ କାମ ପୁରାପୁରି ବନ୍ଦ ରହିଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇ ନାହିଁ, ସେ ପର୍ଯ୍ୟନ୍ତ ଅାନ୍ଦୋଳନ ଜାରି ରହିବ ବୋଲି ଓକିଲମାନେ ଜିଦ୍ ଧରି ବସିଛନ୍ତି।
Published By: Odishatv Bureau
Last updated: 26 September 2018, 08:12 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।