କୋଭିଡ୍ ନିୟମ ଉଲ୍ଲଘଂନକାରୀଙ୍କୁ ତହସିଲଦାର ଧରିଲେ, ପୋଲିସ ଛାଡିଦେଲେ

ବାଲେଶ୍ୱର: ବାଲେଶ୍ୱର ହିଞ୍ଜିଳି ଗାଁରେ ଏକାଦଶ ଭୋଜିରେ ତହସିଲଦାରଙ୍କୁ ଆକ୍ରମଣ। ଚଢ଼ଉ ବେଳେ ଉତ୍ତ୍ୟକ୍ତ ଲୋକେ ସଦର ତହସିଲଦାର ଏବଂ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଅଭିଯୋଗ ଅନୁଯାୟୀ କୋଭିଡରେ ଆକ୍ରାନ୍ତ ହୋଇ ଗାଁର ହାରାମଣି ରାଉତଙ୍କ ମୃତ୍ୟୁ ପରେ ତାଙ୍କ ଏକାଦଶାହରେ କୋଭିଡ୍ ନିୟମର ଧଜିଆ ଉଡ଼ାଇ ଶତାଧିକ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଖବର ପାଇ ଏନଫୋର୍ସମେଣ୍ଟ ଫୋର୍ସ ସହ ତହସିଲଦାର ଅନାମିକା ସିଂ ଘଟଣାସ୍ଥଳରେ ପହଞ୍ଚି ଆୟୋଜକଙ୍କୁ ବୁଝାସୁଝା କରିଥିଲେ। ହେଲେ ଖାଦ୍ୟ ଜବତ କଲା ବେଳେ ମୃୃତ ମହିଳାଙ୍କ ପୁଅ ବୋହୂ ଓ ଅନ୍ୟ ସଦସ୍ୟ ମିଶି ତହସିଲଦାର ଓ ଏନଫୋର୍ସମେଣ୍ଟ ଟିମ୍ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ।

ଏପରିକି ଏହି ଘଟଣା ପାଇଁ ପରିବାର ଲୋକେ ପାଖାପାଖି ୨ ଘଣ୍ଟା କାଳ ତହସିଲାଦରଙ୍କୁ ଅଟକ ରଖିବା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ସଦର ପୋଲିସ୍ ପହଞ୍ଚି ସେଠାରୁ ତାଙ୍କୁ ଉଦ୍ଧାର କରିଥିଲେ। ହେଲେ କଥା ଏଇଠି ସରିନଥିଲା ଏହି ଘଟଣାରେ ତହସିଲଦାର ୬ ଜଣଙ୍କ ନାଁରେ ଥାନାରେ ଏତଲା ଦେଲା ପରେ ସେମାନଙ୍କ ଭିତରୁ ପୋଲିସ୍ ତିନି ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିଲା ହେଲେ ସେମାନଙ୍କୁ ଗତକାଲି କୁଆଡ଼େ ଛାଡ଼ି ଦେଇଥିବା ଅଭିଯୋଗ ଆଣି ପୋଲିସ୍ ବିରୋଧରେ ଧାରଣାକୁ ଓହ୍ଲାଇଥିଲେ ତହସିଲଦାର।

ବାଲେଶ୍ୱର ହିଂଜିଳି ଗାଁରେ ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ତହସିଲଦାରଙ୍କ ଧାରଣା ହଟିଛି। ଡିଏସପିଙ୍କ ସହ ଆଲୋଚନା ପରେ ଧାରଣାରୁ ଉଠିଛନ୍ତି ତହସିଲଦାର ଅନାମିକା ସିଂ। ନ୍ୟାୟ ଦାବିରେ ସଦର ତହସିଲ ଅଫିସ ଆଗରେ ମହିଳା ତହସିଲଦାର ଧାରଣା ଦେଇଥିଲେ। ଏପରିକି ଆଗକୁ ପୋଲିସକୁ କୌଣସି ସହଯୋଗ କରିବେନି କହିଥିଲେ ତହସିଲଦାର। ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା ତହସିଲଦାର କହିଛନ୍ତି। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ୱର ଏସପି। ତିନି ଜଣଙ୍କୁ ଅଟକ ରଖାଯାଇଥିଲା। ଏଥିରୁ ଜଣେ କରୋନା ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଟେଷ୍ଟ କରାଇବାକୁ କୁହାଯାଇଛି। ଆଇନ ଅନୁସାରେ ସମସ୍ତ କାମ ହେଉଥିବା ସେ କହିଛନ୍ତି।

 

You might also like