ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ

କେନ୍ଦୁଝର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ହୋଇଛି। କେନ୍ଦୁଝର ଟାଉନ୍ ଥାନା କାଶୀପୁର ନିକଟରେ ଆକ୍ରମଣ ଉଦ୍ୟମ ହୋଇଥିବା ନେଇ ସୂଚନା ମିଳିଛି।

ଖବର ଅନୁସାରେ ୪ରୁ ୫ ଜଣ ଦୁର୍ବୃତ୍ତ ନିରଞ୍ଜନଙ୍କ ଗାଡ଼ି ଅଟକାଇ ଆକ୍ରମଣ ଉଦ୍ୟମ କରିଥିଲେ। ନିରଞ୍ଜନଙ୍କ ସୁରକ୍ଷା ପାଇଁ ଆଗକୁ ଆସିବାରୁ ଡ୍ରାଇଭର ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମାଡ଼ ମାରିଥିଲେ। ତେବେ ଏନେଇ କେନ୍ଦୁଝର ଟାଉନ୍‌ଥାନାରେ ଏକ ମାମଲା ରୁଜୁ ହୋଇଛି।

ନିରଞ୍ଜନଙ୍କ ଉପସ୍ଥିତିରେ ଟାଉନ୍ ଥାନାରେ ଏତଲା ଦେଇଛନ୍ତି ସୁରକ୍ଷାକର୍ମୀ। ଏ ସମ୍ପର୍କରେ ସୂଚନା ଦେଇ ନିରଞ୍ଜନ କହିଛନ୍ତି ଯେ ମଦ ପିଇ ୬ରୁ ୭ ଜଣ ଯୁବକ ତାଙ୍କ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ। ପରେ ତାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି। ବୋଧହୁଏ ସେମାନେ ମଦ ପିଇ ପିକନିକ୍ ସାରି ଫେରୁଥିଲେ। ସଂପୃକ୍ତ ଯୁବକମାନଙ୍କୁ ସେ ଚିହ୍ନି ନାହାନ୍ତି। ତେବେ ତାଙ୍କ ଉପରେ ଆକ୍ରମଣ ହୋଇନାହିଁ କେବଳ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ହୋଇଥିବା ନିରଞ୍ଜନ କହିଛନ୍ତି। ଏହି ଘଟଣାରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଥିବା ସନ୍ଦେହ କରୁନଥିବା ନିରଞ୍ଜନ କହିଛନ୍ତି। କେନ୍ଦୁଝର ଭଳି ଅଞ୍ଚଳରେ ଏଭଳି ଘଟଣା ଉଦବେଗଜନକ ବୋଲି ସେ ଚିନ୍ତାପ୍ରକଟ କରିଛନ୍ତି।

ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ମିଶ୍ର

ଏସମ୍ପର୍କରେ ସୂଚନା ଦେଇ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ମିଶ୍ର କହିଛନ୍ତି ଯେ ପିସିସି ସଭାପତି ନିରଞ୍ଜନୟ ପଟ୍ଟନାୟକ ଭୁବନେଶ୍ୱରରୁ କେନ୍ଦୁଝର ଆସୁଥିଲେ। ପାଖାପାଖି ରାତି ୮ଟା ବେଳେ କାଶିପୁର ପାଖରେ କିଛି ଯୁବକ ଧଳା ବୋଲେରେ ଆସି ନିଶାଶକ୍ତ ଅବସ୍ଥାରେ ନିରଞ୍ଜନଙ୍କ ଗାଡ଼ିକୁ ଅଟକାଇଥିଲେ। ଗାଡ଼ିର କାଚ ପାଖକୁ ଆସି ଗାଳୁଗୁଲଜ କରିବା ସହି ଗାଡ଼ିର ଭଙ୍ଗାରୁଜା କରିଥିଲେ।

ଘଟଣା ସମ୍ପର୍କରେ ଜାଣିବା ପାଇଁ ନିରଞ୍ଜନଙ୍କ ପିଏସ୍‌ଓ ଗାଡ଼ିରୁ ଓହ୍ଲାଇବା ପରେ ଯୁବକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏବଂ ଜୀବନରୁ ମାରିଦେବାକୁ ଧମକ୍‌ ମଧ୍ୟ ଦେଇଥିଲେ।। ଏ ସମ୍ପର୍କରେ ଖବର ପାଇ କଂଗ୍ରେସ ଭବନରୁ ୩୦ରୁ ୪୦ କର୍ମୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଧଳା ବୋଲେରୋଟି ଘଟଣା ସ୍ଥଳକୁ ଯାଇସାରିଥିଲା। ଏହାପରେ ଆମେ କଂଗ୍ରେସ କର୍ମୀମାଇନେ ଥାନାକୁ ଆସି ମାମଲା କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛୁ। ଯଦି ତଦନ୍ତରେ ବିଳମ୍ବ ହୁଏ ତେବେ ଜିଲ୍ଲା କଂଗ୍ରେସ ସମିତ ପକ୍ଷରୁ ଆନ୍ଦୋଳନର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର କହିଛନ୍ତି।

ଆକ୍ରମଣର ଶିକାର ହୋଇଥିବା ନିରଞ୍ଜନଙ୍କ ସୁରକ୍ଷାକର୍ମୀ ରାଜେଶ ସିଂହ

ସେହିପରି ଘଟଣା ସମ୍ପର୍କରେ ନିରଞ୍ଜନଙ୍କ ସୁରକ୍ଷାକର୍ମୀ ରାଜେଶ ସିଂହ ସୂଚନା ଦେଇ କହିଛନ୍ତି ଯ ସେମାନେ ଆସୁଥିବା ବେଳେ ହଠାତ୍ ଏକ ଗାଡ଼ି ତାଙ୍କ ଗାଡ଼ିକୁ ଓଭର୍‌ ଟେକ୍‌ କରି ମଝି ରାସ୍ତାରେ ଅଟକି ଗଲା। ଏହାପରେ କିଛି ଯୁବକ ଗାଡ଼ିରୁ ଓହ୍ଲାଇ ନିରଞ୍ଜନଙ୍କ ଗାଡ଼ିର କାଚ ପାଖକୁ ଆସି ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ। ରାଜେଶ ତଳକୁ ଓହ୍ଲାଇବା ପରେ ଜଣେ ତାଙ୍କ ବେକ ଚିପି ଧରିବା ସହିତ ଅନ୍ୟ ଦୁଇ ଜଣ ତାଙ୍କୁ ମାରିବା ଆରମ୍ଭ କରିଦେଇଥିଲେ। ଏହାପରେ ସେମାନେ ଡ୍ରାଇଭର ପାଖକୁ ଯାଇଥିଲେ। ସେପର୍ଯ୍ୟନ୍ତ କିଛି ଲୋକାଲ ଲୋକ ଆସି ପହଞ୍ଚି ସାରିଥିଲେ। ଏହାପରେ ଏକ ଆମ୍ବୁଲାନ୍ସ ଆସିବାରୁ ପୋଲିସ ଆସୁଥିବା ଭାବି ଯୁବକମାନେ ସେଠାରୁ ପଳାଇ ଯାଇଥିଲେ ବୋଲି ରାଜେଶ କହିଛନ୍ତି।

ନିରଞ୍ଜନଙ୍କୁ ଆକ୍ରମଣ ଉଦ୍ୟମ ଘଟଣାର ପ୍ରତିବାଦ କରିଛି ଜିଲ୍ଲା କଂଗ୍ରେସ। ଏନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଯୁବ କଂଗ୍ରେସ ରାସ୍ତାରୋକ କରିଛି। ଆଇନ ଶୃଙ୍ଖଳା ବିଗିଡ଼ିବା ପ୍ରତିବାଦରେ ଯୁବ କଂଗ୍ରେସର ରାସ୍ତାରୋକ କରିଥିବା ସୂଚନା ମିଳିଛି।

You might also like