ସିସିଟିଭି ବନ୍ଦ କଲେ, ଟଙ୍କା ଲୁଟ୍ କଲେ

ଏଟିଏମ୍ ଭିତରେ ପଇନ୍ତରା ପରେ ଚାଲାକାର ସହ ଏଟିଏମ୍ ସିସିଟିଭି ବନ୍ଦ କରି ଲୁଟ୍।

ଢେଙ୍କାନାଳ: ଏଟିଏମ୍ ଭିତରେ ପଇନ୍ତରା ପରେ ଚାଲାକାର ସହ ଏଟିଏମ୍ ସିସିଟିଭି ବନ୍ଦ କରି ଲୁଟ୍। ଏଭଳି କିଛି ଲୁଟ ଘଟଣା ଘଟିଛି ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳରେ। ସ୍ଥାନୀୟ ଅଂଚଳରେ ଥିବା ଏସବିଆଇ ଏଟିଏମରୁ ଗ୍ୟାସ୍ କଟରରେ ଏଟିଏମକୁ କାଟି ଲୁଟ୍ ହୋଇଛି। ଏଟିଏମରୁ ପାଖାପାଖି ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟ ହୋଇଥିବା ନେଇ ମିଳିଛି ସୂଚନା।

ଏଟିଏମରେ କେହି ନଥିବା ବେଳେ ଲୁଟେରା ଏଟିଏମକୁ ଆସି ପ୍ରଥମେ ସିସିଟିଭିର ତାର କାଟି ଦେଇଥିଲେ। ପରେ ଗ୍ୟାସ୍ କଟରରେ ଏଟିଏମ୍ କାଟି ସେଥିରୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଗତ ୧୫ ତାରିଖରେ ଏହି ଲୁଟ୍ ମାମଲାରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି।  ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ଏଟିଏମ୍ ଲୁଟ୍ ହୋଇଛି। ତେବେ ଏହି ଲୁଟ୍ ଗ୍ୟାଙ୍ଗର ଖିଅ ଓ ଏମାନଙ୍କ ଶୈଳୀକୁ ଦେଖି ପୋଲିସ୍ ଏହା ପଛର ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ୍।

You might also like