ପୂରା ପ୍ଲାନିଂରେ ଆସିଥିଲେ ATM ଲୁଟ୍‌ କରିବା ପାଇଁ, ହେଲେ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପଣ୍ଡ ହେଲା ଏଟିଏମ୍ ଲୁଟ୍ ଉଦ୍ୟମ। କଟକ ରୋଡ୍ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ୍‌ ଏଟିଏମ୍ ଭିତରେ ପଶି ଲୁଟ୍‌ ଉଦ୍ୟମ କରିଥିଲେ କିଛି ଦୁର୍ବୃତ୍ତ। ହେଲେ ଏମାନଙ୍କର ଲୁଟ୍‌ ପ୍ଲାନ୍‌ ପୂରାପୂରି ଫେଲ୍‌ ମାରିଥିଲା। ଏହି ଘଟଣାରେ ପୋଲିସ୍‌ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ‌ଅନୁସାରେ, ଆଜି ଭୋର ସମୟରେ କଟକ ରୋଡ୍‌ରେ ଥିବା ଇଣ୍ଡିଆନ ବ୍ୟାଙ୍କ ଏଟିଏମ୍ ଭିତରକୁ କିଛି ଦୁର୍ବୃତ୍ତ ପଶିଥିଲେ। ଶାବଳ ଓ ସ୍କ୍ରୁ ଡ୍ରାଇଭର ସାହାଯ୍ୟରେ ଦୁର୍ବୃତ୍ତମାନେ ଏଟିଏମ୍‌ ମେସିନ୍‌ ତାଡ଼ିବାକୁ ପ୍ରୟାସ କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ଏହା ଦେଖି ପୋଲିସ୍‌କୁ ଖବର ଦେଇଥିଲେ।

ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକେ ଜଣକୁ କାବୁ କରି ପୋଲିସ୍‌ ଜିମା ଦେଇଥିଲେ। ପଚରାଉଚରା ପରେ ଅନ୍ୟ ୪ ଜଣକୁ ପୋଲିସ୍‌ ଅଟକ ରଖିଛି। ସମସ୍ତ ଧରାପଡିଥିବା ଲୁଟେରା ବସ୍ତି ଅଞ୍ଚଳର ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

You might also like