ଭିଜିଲାନ୍ସ ଜାଲରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର

ଝାରସୁଗୁଡ଼ା/ଢ଼େଙ୍କାନାଳ: ଭିଜିଲାନ୍ସ ଜାଲରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଓ କୋଅପରେଟିଭ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଏହି ଚଢ଼ଉ କରିଛି।

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ପଟେଲଙ୍କ ଝାରସୁଗୁଡା ସ୍ଥିତ କ୍ୱାର୍ଟର୍ସ ସମେତ ୬ଟି ସ୍ଥାନରେ ଆଜି ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି।

କୁଲାବିରା ବ୍ଲକ ଅନ୍ତର୍ଗତ ସମାସିଙ୍ଘା ବେଲମୁଣ୍ଡାରେ ଥିବା ଦିଲୀପଙ୍କ ପୈତୃକ ଘର, ବ୍ରଜରାଜନଗରରେ ଥିବା ମ୍ୟୁନିସିପାଲଟି ଅଫିସ, ଝାରସୁଗୁଡା ସହର ବଢ଼େଇମୁଣ୍ଡାରେ ଥିବା ଘର ଆଦି ସ୍ଥାନରେ ଏହି ଚଢ଼ଉ ଜାରି ରହିଥିବା ଭିଜିଲାନ୍ସ DSP ସୂଚନା ଦେଇଛନ୍ତି।

ସେହିପରି ଢେଙ୍କାନାଳ କୋଅପରେଟିଭ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏହି ରେଡ୍‌ କରାଯାଇଛି। ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କ ଢେଙ୍କାନାଳ ସ୍ଥିତ ଅଫିସ୍, ଭୁବନେଶ୍ୱର ଓ ଭଦ୍ରକ ଘରେ ରେଡ୍ ଚାଲିଥିବା ସୂଚନା ମିଳିଛି।

You might also like