ଫିଲ୍ମରେ ଅଭିନୟ ଲାଗି ସୁଯୋଗ ଦେବାକୁ କହି ଯୁବତୀଙ୍କୁ ନିର୍ଯାତନା ଅଭିଯୋଗ, ଯୁବକ ଗିରଫ

ଭୁବନେଶ୍ୱର : ଫିଲ୍ମ ଓ ସିରିଏଲ୍‌ରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ଜଣେ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ନିର୍ଯାତନାର ଶିକାର ହୋଇଥିବା ଯୁବତୀ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ ନିଜକୁ ଆସିଷ୍ଟାଣ୍ଟ ପ୍ରଡ୍ୟୁସର କହୁଥିବା ଜେ.ଡି. ରାଉତ ନାମକ ଯୁବକଙ୍କୁ ଗିରଫ କରିଛି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଫିଲ୍ମ ଓ ସିରିଏଲ୍‌ରେ ଅଭିନୟ ପାଇଁ ସୁଯୋଗ ଦେବେ ବୋଲି ଜେ.ଡି.ରାଉତ ତାଙ୍କୁ ପ୍ରଲୋଭନ ଦେଖାଇଥିଲେ। ଏମିତିକି ତାଙ୍କର ସହିଦନଗରରେ ଏକ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ ରହିଛି ବୋଲି ଜେ.ଡି. କହିଥିଲେ। କେବଳ ସେତିକି ନୁହେଁ, ସେ ବାଧ୍ୟ କରି ଯୁବତୀଙ୍କ ଅଶ୍ଲୀଳ ଫଟୋ ଉଠାଇଥିଲେ। ତେବେ ଦିନକୁ ଦିନ ମାନସିକ ନିର୍ଯାତନା ଅସହ୍ୟ ହୋଇ ପଡ଼ିବାରୁ ବାଧ୍ୟ ହୋଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି।

You might also like