ଭିଜିଲାନ୍ସ ଜାଲରେ ଇଞ୍ଜିନିୟର
ବାରିପଦା(ମାଣିକ ଲାଲ୍ ପାଣି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ହୁଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି।
ଏକକାଳୀନ ୫ଟି ଜାଗାରେ ଚଢ଼ଉ ଚାଲିଛି। ଭୁବନେଶ୍ୱରରରେ ଏକ ଫ୍ଲାଟ୍, ବାରିପଦାରେ ଥିବା ଦୁଇ ମହଲା ଘର, ମୟୂରଭଞ୍ଜ କପ୍ତିପଦାରେ ପୈତୃକ ଘର ଏବଂ ବାଙ୍ଗିରିପୋଷି ଚନ୍ଦନପୁରରେ ଶ୍ୱଶୁର ଘର ଏବଂ ହୁଦେଶ୍ୱରଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରାଯାଉଛି।
ଜମି ଜମା ସଂପର୍କିତ ବହୁ କାଗଜପତ୍ର, ଏକ କାର୍ ଓ ଦୁଇ ଚକିଆ ଗାଡ଼ି ମିଳିଥିବା ଜଣାପଡ଼ିଛି।