ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସହିତ ଏକକାଳୀନ ସମ୍ବଲପୁର, ଦେବଗଡ଼, ଭୁବନେଶ୍ୱର, ଅନୁଗୁଳରେ ରେଡ୍ ହୋଇଛି। ଏହି ସବୁ ସହରରେ ୨୫ଟି ଜମି କାଗଜପତ୍ର ଜବତ କରିଛି ଭିଜିଲାନ୍ସ। କେବଳ ସମ୍ବଲପୁରର ଜମିର ମୂଲ୍ୟ ୨୫ ଲକ୍ଷ ଟଙ୍କା ହୋଇଥିବା ବେଳେ ଆଉ ଏକ ସେଲ୍ ଡିଡ୍ ଅନୁସାରେ ଗୋଟିଏ ଜମିର ମୂଲ୍ୟ ୪୧ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି। ଏହାସହ ୨୫୦ ଗ୍ରାମ ସୁନା ଜବତ ହୋଇଛି। ୨ଟି ଦାମୀ କାର୍, ୧୮ଟି ଇନସ୍ୟୁରାନ୍ସ ପଲିସି ଓ ଅନ୍ୟ କାଗଜପତ୍ର ମିଳିଛି।

ସେହିପରି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଜଣେ କୋଟିପତି ଶିକ୍ଷକ। ସେ ହେଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଏରଡେଲା ସାହିର ଶିକ୍ଷକ ଦୁଷ୍ମନ୍ତ ନାୟକ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ସହକାରୀ ଶିକ୍ଷକଙ୍କ ବାସଭବନ ସହିତ ୧୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଦୁଷ୍ମନ୍ତଙ୍କର ୮ଟି ଘର ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ତାଙ୍କର ପ୍ରାୟ ୪ କୋଟି ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ ।

You might also like