ସେପ୍ଟେମ୍ବର ୪ରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ବସୁଛି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ। ୧୧ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ୮, ୯, ୧୩, ୧୪, ୧୫ ଏବଂ ୧୬ ତାରିଖରେ କୌଣସି କାର୍ଯ୍ୟଦିବସ ନାହିଁ।

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍। ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା ୨୦୧୮-୧୯ ପାଇଁ ଏହି ଅତିରିକ୍ତ ବଜେଟ ଉପସ୍ଥାପନ କରିବେ।

ସେହିପରି ସେପ୍ଟେମ୍ବର ୧୭ରେ ଆଗତ ହେବ ବ୍ୟୟମଞ୍ଜୁରୀ ବିଲ୍। ପଞ୍ଚଦଶ ବିଧାନସଭାର ଏ ହେଉଛି ତ୍ରୟୋଦଶ ଅଧିବେଶନ।

You might also like