ବିଧାନସଭା କମିଟି ବୈଠକ ବାତିଲ

ଭୁବନେଶ୍ୱର: ବିଧାନସଭା କମିଟି ବୈଠକ ବାତିଲ। ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ ନେଇ ନିଷ୍ପତ୍ତି ହୋଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଗତମାସରେ ବିଧାନସଭାର ବିଭିନ୍ନ କମିଟି ମିଟିଂ ପାଇଁ ଅନୁମତି ଦେଇଥିଲୁ କରୋନା ସ୍ଥିତି ଦେଖି ସବୁ ବୈଠକ ବାତିଲ ନେଇ କାଲି ନିଷ୍ପତ୍ତି ହୋଇଥିଲା।

ବିଧାନସଭା ମାର୍ଚ୍ଚ ୩୦ରେ ହୋଇଥିଲା, ଆଉ ୬ ମାସ ଭିତରେ ହେବା କଥା। ଏନେଇ ଲୋକସଭା ବାଚସ୍ପତି ଓ  ରାଜ୍ୟପାଳଙ୍କ ସହ ସେ କଥା ହୋଇବା ବାଚସ୍ପତି କହିଛନ୍ତି। ସମସ୍ତଙ୍କ ମତକୁ ଅପେକ୍ଷା, ମତାମତ ମିଳିଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂଯର୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ସେପଟେ ବୈଠକ ବନ୍ଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ସେ କହିଛନ୍ତି ଷ୍ଟାଣ୍ଡିଂ କମିଟିର ସଦସ୍ୟ ସଂଖ୍ୟା ୧୨। ତେବେ ବୈଠକରେ ମାତ୍ର ୭ରୁ ୮ ଜଣ ଉପସ୍ଥିତ ଥାଆନ୍ତି।  କରୋନାର ସମସ୍ତ ନିୟମକୁ ମାନି ଏହି ମିଟିଂ କରାଯାଇପାରିଥାନ୍ତା। ତେବେ ଆଜି ହଠାତ୍ ବନ୍ଦ କରିବାର ଯଥାର୍ଥତା ନାହିଁ ବୋଲି ମୋହନ ମାଝୀ କହିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like