• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର:ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ। ହଟ୍ଟଗୋଳ ଯୋଗୁ ଗୃହକୁ ବାରମ୍ବାର ମୁଲତବି କରିଛନ୍ତି ବାଚସ୍ପତି। ଅାଜି ଗୃହ ଅାରମ୍ଭ ହେବା ମାତ୍ରେ ତୈଳ ଦରବୃଦ୍ଧିକୁ ନେଇ ବିଜେଡି ବିଧାୟକମାନେ ହୋ ହଲ୍ଲା କରିଥିଲେ। ଲଗାତାର ତେଲ ଦର ବଢ଼ୁଥିବାରୁ ଗୃହରେ ଏହାର ପ୍ରତିବାଦ କରିଛି ଶାସକ ଦଳ। ଗୃହରେ ବିଜେଡି ବିଧାୟକମାନେ ନିଜ ନିଜ ଅାସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ।

ସେପଟେ ଗତ ୨୩ ଦିନ ଧରି ଧାରଣାରେ ବସିଥିବା ଶିକ୍ଷକଙ୍କ ପାଇଁ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ସଦସ୍ୟ। ସେମାନେ ଗୃହର ମଧ୍ୟ ଭାଗକୁ ଅାସି ପାଟିତୁଣ୍ଡ କରିଥିଲେ। ହଙ୍ଗାମା ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖିଥିଲେ। ତେବେ ପୁଣି ୩ଟା ପରେ ଗୃହକାର୍ଯ୍ୟ ଅାରମ୍ଭ ହୋଇଥିବା ବେଳେ ହଟ୍ଟଗୋଳ ହେବାରୁ ବିଧାନସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି।

Assembly-adjourned-till-monday
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories