ସମାଧାନ ହେଉନାହିଁ, ଗୃହ ଚାଲିପାରୁନାହିଁ

ଆଲୋଚନାରୁ ବାହାରି ଆସିଲା ବିଜେପି

  • ଅସମାପ୍ତ ରହିଲା ସର୍ବଦଳୀୟ ବୈଠକ
  • ଅପରାହ୍ନ ୪ରେ ପୁଣି ଥରେ ବୈଠକ ବସିବ
  • ସୁବାସ କ୍ଷମା ମାଗିବା ଜିଦରେ ଅଟଳ ଶାସକ ଦଳ
  • ଆଲୋଚନାରୁ ବାହାରି ଆସିଲା ବିଜେପି
  • ସୁବାସ କ୍ଷମା ମାଗିବାର ପ୍ରଶ୍ନ ଉଠୁନି କହିଲେ ପ୍ରଦୀପ୍ତ ନାୟକ
  • କଂଗ୍ରେସ ବି ସର୍ବଦଳୀୟ ବୈଠକରୁ ଉଠି ଆସିଥିଲା

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଦୂର କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକ ଅସମାପ୍ତ ରହିଥିବା ନେଇ ସୂଚନା ମିଳିଛି। ଆଜି ଅପରାହ୍ନ ୪ଟା ରେ ପୁଣି ଥରେ ବୈଠକ ବସିବ ବୋଲି ସୂଚନା ମିଳିଛି। ତେବେ ଶାସକ ଦଳ ସର୍ବଦଳୀୟ ବୈଠକରେ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଜିଦରେ ଅଟଳ ରହିବାରୁ ଆଲୋଚନାରୁ ବାହାରି ଆସିଲୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ମଣ୍ଡିରୁ ଧାନ କିଣନ୍ତୁ, ଚାଷୀଙ୍କ ସମସ୍ୟାର ସମାଧାନ କରନ୍ତୁ ତା ପରେ ଯାହା ହେବ ବୋଲି କହିଛନ୍ତି ପ୍ରଦୀପ୍ତ। ତେବେ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ସେ ଦୋହରାଇଛନ୍ତି। ଅନ୍ୟପଟେ କଂଗ୍ରେସ ସର୍ବଦଳୀୟ ବୈଠକ ବର୍ଜନ କରିଛି। ଧାନ କିଣା ସମସ୍ୟା ନେଇ ଆଲୋଚନା ନ ହୋଇ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ପ୍ରସଙ୍ଗରେ ଆଲୋଚନା ନହେବାରୁ ଅଧାରୁ ଉଠି ଆସିଲେ କଂଗ୍ରେସ।

ସଦସ୍ୟ ବୈଠକରେ ପ୍ରଥମେ ଚାଷୀଙ୍କ ଧାନ କେମିତି ଉଠିବ ସେ ବିଷୟରେ ଆଲୋଚନା କରାଯାଉ ବୋଲି କଂଗ୍ରେସ ଦାବି କରିଛି। ସେପଟେ ବିଜେଡି କହିଛି ଗୃହର ଗାରିମା ନଷ୍ଟ ହୋଇଛି। କ୍ଷମା ନମାଗିଲେ ଗୃହ ଚାଲିବନି ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ୪ ଦିନ ହେଲା ଚାଲି ପାରୁନି ଗୃହ। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ। ବିରୋଧୀ ମଣ୍ଡି ଅବ୍ୟବସ୍ଥାକୁ ନେଇ ହଟ୍ଟଗୋଳ କରିଥିବା ବେଳେ ବିଧାୟକ ସୁବାସ କ୍ଷମା ମାଗନ୍ତୁ ବୋଲି ଦାବି କରି ଶାସକ ଦଳ ସଦସ୍ୟ ନାରାବାଜୀ କରିଥିଲେ। ଗୃହ ଚାଲିନପାରିବାରୁ ବାଚସ୍ପତି ବିଧାନସଭାକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ତେବେ ସୁବାଷ କ୍ଷମା ନମାଗିଲା ପର୍ଯ୍ୟନ୍ତ ଗୃହ ଚାଲିବ ନାହିଁ ବୋଲି ବି କାଲି ସ୍ପଷ୍ଟ କରିଥିଲେ ଶାସକ ଦଳର ବିଧାୟିକା ତଥା ମୁଖ୍ୟ ସଚେତକ ପ୍ରମିଳ ମଲ୍ଲିକ। ସେ କହିଥିଲେ ଯେ, ଗୃହର ମର୍ଯ୍ୟାଦା ହାନୀ କରିଛନ୍ତି ବିଧାୟକ। ତେଣୁ ତୁରନ୍ତ ଗୃହରେ ଏନେଇ କ୍ଷମା ମାଗନ୍ତୁ ସୁବାଷ। ଭୁଲ କରିଛନ୍ତି, ଗୃହରେ କ୍ଷମା ମାଗିଲେ ତାଙ୍କର କଣ ଅସବୁଧା ହୋଇଯିବ ବୋଲି ପ୍ରମିଳା ଗତକାଲି ପ୍ରଶ୍ନ କରିଥିଲେ। ତେବେ ନିଜନିଜ ଜିଦରେ ଅଟଳ ରହିବାରୁ ଆଜି ବି ଗୃହରେ କିଛି ଆଲୋଚନା ହୋଇପାରୁନାହିଁ।

You might also like