କନ୍‌ଷ୍ଟେବଲ୍‌ ଇଣ୍ଟରଭ୍ୟୁ ଦେବା ବେଳେ ଚାକିରି ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ

ବୌଦ୍ଧ: ଶାରୀରିକ ପରୀକ୍ଷା ବେଳେ ପୁଣି ଜଣେ ଚାକିରି ଆଶାୟୀ ଯୁବକଙ୍କ ମୃତ୍ୟୁ। କନ୍‌ଷ୍ଟେବଲ ଇଣ୍ଟରଭ୍ୟୁ ଦେବା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି। ବୌଦ୍ଧ ଆଇଆରବି ନିଯୁକ୍ତି ପରୀକ୍ଷା ବେଳେ ଏହି ଅଘଟଣ ଘଟିଛି।

ସୂଚନା ଅନୁସାରେ, ମୃତ ଯୁବକ ଜଣକ ନୟାଗଡ଼ ନୂଆଗାଁ ବ୍ଲକ୍‌ ଅଞ୍ଚଳର ପ୍ରବାସୀ ନାୟକ। ୫ କିଲୋମିଟର ଦୌଡ଼ ପ୍ରତିଯୋଗିତା ପରୀକ୍ଷା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ପ୍ରବାସୀ ଦୌଡ଼ୁଥିବା ବେଳେ ଆଉ ୨୦୦ ମିଟର ବାକିଥାଇ ଅସୁସ୍ଥ ହୋଇପଡ଼ିଥିଲେ।

ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଅନ୍ୟ ଦୁଇଜଣ ମଧ୍ୟ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବୌଦ୍ଧ ମୂର୍ଷୁଣ୍ଡି ନିକଟ IRB ବାଟାଲିଅନରେ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି।

You might also like