ନୂଅା ଉନ୍ନୟନ କମିଶନର ଭାବେ ଅସିତ୍ ତ୍ରିପାଠୀ ନିଯୁକ୍ତ
ଅାର୍. ବାଲ୍କ୍ରିଷ୍ଣନ୍ଙ୍କ ସ୍ଥାନରେ ଅସିତ ତ୍ରିପାଠୀ
ଭୁବନେଶ୍ୱର : ନୂଅା ଉନ୍ନୟନ କମିଶନର ହେଲେ ଅସିତ୍ ତ୍ରିପାଠୀ । ଅାର୍. ବାଲ୍କ୍ରିଷ୍ଣନ୍ଙ୍କ ସ୍ଥାନରେ ଅସିତ୍ ତ୍ରିପାଠୀଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।
ଉନ୍ନୟନ କମିଶନର ସହ ଗୃହ ବିଭାଗ ACS ଦାୟିତ୍ୱରେ ରହିବେ ଅସିତ୍ ତ୍ରିପାଠୀ । ଅାଜି ଉନ୍ନୟନ କମିଶନର ବାଲକ୍ରିଷ୍ଣନ ଚାକିରିରୁ ଅବସର ନେବା ପରେ ଅସିତ ତ୍ରିପାଠୀଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି।
ସେହିପରି ସମବାୟ ସଚିବଙ୍କୁ OSWC ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଅାଯାଇଛି ।
OSWC ଅଧ୍ୟକ୍ଷ ସଂଗ୍ରାମ ମିଶ୍ର ଅବସର ନେବା ପରେ ସମବାୟ ସଚିବଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦିଅାଯାଇଛି। ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଅାଯାଇଛି।