ଶ୍ରୀମନ୍ଦିର ଗର୍ଭଗୃହ ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍

ପୁରୀ: ଶ୍ରୀମନ୍ଦିରରେ ଗର୍ଭଗୃହର ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍‌। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଟିମ୍ ଏହି ଗର୍ଭଗୃହ ଯାଞ୍ଚ କରିବେ। କୋର କମିଟି ବିଶେଷଜ୍ଞ ସଦସ୍ୟ ଏନ୍.ସି. ପାଲ୍‌ ଓ ଜି. ସି. ମିତ୍ର ପ୍ରମୁଖ ଗର୍ଭଗୃହକୁ ଯାଇ ସ୍ଥିତି ଯାଞ୍ଚ କରିବେ।

ଅାଜି ଗର୍ଭଗୃହ ଓ ଜଗମୋହନର ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍। ଜୟବିଜୟ ଦ୍ୱାରର ଫାଟ ମଧ୍ୟ ଅାଜିଠାରୁ ମରାମତି କରାଯିବ। ନାଟମଣ୍ଡପର ଦୁର୍ବଳ ପଥରକୁ ବି ସଜଡ଼ା ଯିବ। ମନ୍ଦିରେରେ ବାୟୁ ନିଷ୍କାସନ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିବ ଏହି ଟିମ୍। ବାହୁଡ଼ା ପୂର୍ବରୁ ଏହି ସମସ୍ତ କାମ ସରିବ।  ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ ସ୍ଥିତି ଯାଞ୍ଚ ଓ ମରାମତି କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।

You might also like