ଶ୍ରୀମନ୍ଦିର ନାଟମଣ୍ଡପର ଚାଲିଛି ଯାଞ୍ଚ

ପୁରୀ: ବିଶେଷଜ୍ଞ ଟିମ୍‌ ଆଜି ତୃତୀୟ ଦିନରେ ମଧ୍ୟ ଶ୍ରୀମନ୍ଦିର ନାଟମଣ୍ଡପର ଯାଞ୍ଚ କରିବେ। ଗତକାଲି ଆଇ.ଆଇ.ଟି ଚେନ୍ନାଇର ଆସୋସିଏଟ ପ୍ରଫେସର ଡ. ଅରୁଣ ମେନନ, ଅମ୍ଳାନ ସେନଗୁପ୍ତ, ଆଇ.ଆଇ.ଟି ଖଡଗପୁର ଡର ଏସ୍.କେ ଭଟାଚାର୍ଯ୍ୟଙ୍କ ସହ ଏ.ଏସ୍.ଆଇର ବହୁ ବିଶେଷଜ୍ଞ ନାଟମଣ୍ଡପ, ଜୟବିଜୟ ଦ୍ୱାର, ଗରୁଡ଼ ସ୍ତମ୍ବ ଆଦିକୁ ଟିକିନିଖି ଯାଞ୍ଚ କରିଥିଲେ।

ପରେ ପାନ୍ଥ ନିବାସ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ନାଟମଣ୍ଡପରେ ମୋଟ ୧୬ଟି କଲମ ରହିଥିବା ବେଳେ ୪ଟି ସେଣ୍ଟ୍ରାଲ କଲମ ରହିଛି। ଆଜି ତୃତୀୟ ଦିନରେ ପୁର୍ନବାର ବୈଷୟିକ କୋର କମିଟିର ପୁରା ଟିମ୍ ଏବଂ ବିଶେଷଜ୍ଞ ଦଳର ମିଳିତ ଭାବେ ନାଟମଣ୍ଡପକୁ ଯାଞ୍ଚ କରିବେ। ଗତକାଲି ପ୍ରସ୍ତୃତ ହୋଇଥିବା ଡାଇଗ୍ରାମ ଏବଂ ଡିଜାଇନକୁ ଗ୍ରାଉଣ୍ଡସ୍ଥଳରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଜଗମୋହନ ଏବଂ ଗର୍ଭଗୃହର ସଂଯୋଗ ସ୍ଥଳର ପାଣି ଗଳିବା ଘଟଣାର ମଧ୍ୟ ଶେଷ ଦିନ ଯାଞ୍ଚ କରାଯିବ। ଯେହେତୁ ମୁଖ୍ୟ ମନ୍ଦିର, ଜଗମୋହନ, ନାଟମଣ୍ଡପ, ଏବଂ ଭୋଗମଣ୍ଡପ ପୃଥକ ପୃଥକ ରହିଛି। ତେଣୁ ଏହାର ସଂଯୋଗ ସ୍ଥଳରୁ ଯେପରି ପାଣି ଗଳିବ ନାହିଁ ତାହା ଉପରେ ମଧ୍ୟ ବ୍ଳୁପ୍ରିଣ୍ଟରେ ଡିଜାଇନ କରାଯିବାର ଯୋଜନା ରହିଛି।

You might also like