• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ପୁରୀ: ରଥଖଳାରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ। ଚକ ଡେରା ବିଧି ମୁତାବକ ସମ୍ପନ୍ନ ହେବା ପରେ ଆଜି ଅଖ ଉପରେ ଦଣ୍ଡା ପଡ଼ିଛି। ନନ୍ଦିଘୋଷ, ତାଳଧ୍ୱଜ ରଥର ୯ଟି ଲେଖାଏଁ ଦଣ୍ଡା ସହ ଦୁଇଟି ମୁହାଁଟ ଲଗାଯାଇଛି। ସେହିପରି ଦେବଦଳନ ରଥରେ ୭ଟି ଦଣ୍ଡା ଓ ଦୁଇଟି ମୁହାଁଟ ଲଗାଯାଇଛି। ସ୍ନାନଯାତ୍ରା ଦିନ ୪ ନାହାକା ଉଠିବ ବୋଲି ତାଳଧ୍ୱଜ ରଥର ମୁଖ୍ୟ ମହାରଣା ସୂଚନା ଦେଇଛନ୍ତି। ଦଣ୍ଡା ପକାଇବା ସମୟରେ ହରିବୋଲ ଡାକରେ କମ୍ପି ଉଠିଥିଲା ସାରା ପରିବେଶ।

ସେପଟେ ଆସନ୍ତା ଜୁନ୍ ୫ ତାରିଖରେ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ନଜରରେ ରଖି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ASI ପକ୍ଷରୁ ଆଜି ସ୍ନାନମଣ୍ଡପକୁ ଯାଞ୍ଚ କରାଯାଇଛି। ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଯାଞ୍ଚ କରିଛନ୍ତି।

ସ୍ନାନମଣ୍ଡପରେ ପଥର ପରିବର୍ତ୍ତନ କିଭଳି ଭାବରେ ହୋଇଛି। ସଠିକ୍ ଭାବେ ହୋଇଛି ନା ନାହିଁ ତାହା ଯାଞ୍ଚ କରିଛନ୍ତି ଏହି ଟିମ୍‌। ଏହାସହ ଶ୍ରୀମନ୍ଦିର ଜଗମୋହନ ଓ ନାଟ ମଣ୍ଡପର ବି ସ୍ଥିତି ଅନୁଧ୍ୟାନ କରାଯାଇଛି। ଆଗକୁ ରଥଯାତ୍ରା ଥିବାରୁ ଏଭଳି ରୁଟିନ୍ ଯାଞ୍ଚ ଚାଲିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି।

Asi-team-inspects-snana-mandapa-of-jagannath-temple-puri
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories