ଲାଞ୍ଚ ମାଗି ନିଲମ୍ବିତ ହେଲେ ପୋଲିସ୍‌ ବାବୁ

ଅନୁଗୁଳ: ରେଙ୍ଗାଳି ଡ୍ୟାମ୍‌ ସାଇଟ ଥାନା ASI କାର୍ତ୍ତିକ ବେହେରା ଲାଞ୍ଚ ମାଗି ନିଲମ୍ବିତ ହୋଇଛନ୍ତି। ଏକ ଡ୍ରେନ୍‌କୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ଉଭୟ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ଏତଲା ମଧ୍ୟ ଦେଇଥିଲେ। ପରେ ଉଭୟ  ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା।

ତେବେ ଘଟଣାର ସମାଧାନ ପାଇଁ ASI ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଉତ୍ତର କେନ୍ଦ୍ରାଞ୍ଚଳ IG ନରସିଂହ ଭୋଳ ASI କାର୍ତ୍ତିକ ବେହେରାଙ୍କୁ ନିଲମ୍ବନ କରିଛନ୍ତି।

ଆହୁରି ପଢ଼ନ୍ତୁ

You might also like