ସ୍ନାନମଣ୍ଡପର ସ୍ଥିତି ଯାଞ୍ଚ କଲା ASI

ଭୁବନେଶ୍ୱର: ଆସନ୍ତା ଜୁନ୍ ୫ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଏହାକୁ ନଜରରେ ରଖି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ASI ପକ୍ଷରୁ ଆଜି ସ୍ନାନମଣ୍ଡପକୁ ଯାଞ୍ଚ କରାଯାଇଛି। ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଯାଞ୍ଚ କରିଛନ୍ତି। ସ୍ନାନମଣ୍ଡପରେ ପଥର ପରିବର୍ତ୍ତନ କିଭଳି ଭାବରେ ହୋଇଛି, ସଠିକ୍ ଭାବେ ହୋଇଛି ନା ନାହିଁ ତାହା ଯାଞ୍ଚ କରିଛନ୍ତି।

ଏହାସହ ଶ୍ରୀମନ୍ଦିର ଜଗମୋହନ ଓ ନାଟ ମଣ୍ଡପର ବି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଗକୁ ରଥଯାତ୍ରା ଥିବାରୁ ଏଭଳି ରୁଟିନ୍ ଯାଞ୍ଚ ଚାଲିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି।

ଗତକାଲି ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଗଜପତି ମହାରାଜା କହିଥିଲେ, ଯାତ୍ରୀ ଓ ଭକ୍ତଙ୍କ ବିନା ଅନୁପସ୍ଥିତିରେ ରଥଯାତ୍ରା ହେବ।

କେବଳ ସମ୍ପୃକ୍ତ ଅଧିକାରୀ, ପୋଲିସ ଓ ସେବାୟତ ଉପସ୍ଥିତିରେ ହୋଇପାରିବ। ବିନା ଭକ୍ତରେ ରଥଯାତ୍ରା ହୋଇପାରିବ। ପରିଚାଳନା କମିଟି ସରକାରଙ୍କୁ ଏପରି ପ୍ରସ୍ତାବ ଦେଇଛି। ତେବେ ଚୂଡ଼ାନ୍ତି ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି କହିଛନ୍ତି ଗଜପତି।

You might also like