ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ ଆରମ୍ଭ
ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାତ, ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି।
ASI, ଶ୍ରୀମନ୍ଦିର ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି। ବିଶେଷ କରି ଗର୍ଭଗୃହରେ ବାୟୁ ଚଳାଚଳ ଅର୍ଥାତ୍ ଭେଣ୍ଟିଲେସନ୍ ଏବଂ ନାଟ ମଣ୍ଡପ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ପୂର୍ବରୁ ଅଭିଯୋଗ ହୋଇଥିଲା ଯେ, ଗର୍ଭଗୃହରେ ପାଣି ଗଳୁଛି। ଏ ନେଇ ଗତକାଲି ପ୍ରାଥମିକ ଯାଞ୍ଚ କରାଯାଇଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇପାରିନାହିଁ।