ଖାକିରେ କଳଙ୍କ: ଏଏସ୍‌ଆଇ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

 ବରଗଡ଼ :  ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାରେ ସୋହେଲା ଥାନା ଏଏସ୍ଆଇ ଓ ତାଙ୍କ ସହଯୋଗୀ ଗିରଫ ହୋଇଛନ୍ତି। ଏଏସ୍‌ଆଇ ବନମାଳୀ କୁଅଁର ଓ ଅନ୍ୟତମ ଅଭିଯୁକ୍ତ କୈବଲ୍ୟ ନାଗଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଏହି ଘଟଣାରେ ଏଏସ୍‌ଆଇ କୁଅଁରଙ୍କୁ ବରଗଡ଼ ଏସ୍‌ପି ନିଲମ୍ବନ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତ ୮ ତାରିଖରେ ମେଲଛାମୁଣ୍ଡା ଅଞ୍ଚଳର ଜଣେ ନାବାଳିକା ଟିଉସନକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପୁଲିସ୍‌ ତାଙ୍କୁ ସୋହେଲାରୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜିମା ଦେଇଥିଲ। ଉଦ୍ଧାର ପରେ ନାବାଳିକା ଜଣକ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ପରିବାର ଲୋକଙ୍କୁ କହିଥିଲେ। ଅଭିଯୁକ୍ତ କୈବଲ୍ୟ ତାଙ୍କୁ ପ୍ରଥମେ ଅପହରଣ କରି ସୋହେଲା  ଆଣିଥିଲେ।  ସେଠାରେ ଏଏସ୍ଆଇ  କୁଅଁରଙ୍କ ଭଡ଼ା ଘରକୁ ନେଇ ଦୁଷ୍କର୍ମ କରି ଛାଡ଼ି ପଳାଇଥିଲେ।

ରାତିରେ ଏଏସ୍ଆଇ  କୁଅଁର ମଧ୍ୟ  ଘରେ ପହଞ୍ଚି ତାଙ୍କୁ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ବାପା ଏତଲାରେ ଦର୍ଶାଇଛନ୍ତି। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

 

 

You might also like