ଆଶ୍ରମ ସ୍କୁଲରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା

ଖୋର୍ଦ୍ଧା: ଖୋର୍ଦ୍ଧା ବାଣପୁର ନୀଳାଦ୍ରୀ ପ୍ରସାଦ ଆଶ୍ରମ ସ୍କୁଲରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ର ମୃତ୍ୟୁକୁ ନେଇ ଅନ୍ୟ ଛାତ୍ରମାନଙ୍କୁ ସେମାନଙ୍କ ଅଭିଭାବକମାନେ ଘରକୁ ନେବାକୁ ଜିଦ୍‌ ଧରି ବସିଛନ୍ତି।

ଏହାସହ ଛାତ୍ର ମୃତ୍ୟୁକୁ ନେଇ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ବଦଳି କରିବାକୁ ଦାବି କରାଯାଇଛି। ଗତ ମଙ୍ଗଳବାର ଦିନ ସ୍କୁଲ ଛାତ୍ରାବାସରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ବିକାଶ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ଗତ ୨ ତାରିଖରେ ହଷ୍ଟେଲରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ।

ଏହାପରେ ସ୍କୁଲ କର୍ତ୍ତୃପକ୍ଷ ବିକାଶଙ୍କୁ ମେଡିକାଲରେ ଚିକିତ୍ସା କରି ଆଣିଥିଲେ। ପୁଣିଥରେ ଛାତ୍ରଙ୍କ ସ୍ୱାସ୍ଥାବସ୍ଥା ଖରାପ ହେବାରୁ ତାଙ୍କ ପରିବାର ଲୋକଙ୍କୁ ଡକାଇଥିଲେ। ବିକାଶଙ୍କୁ ଚିକିତ୍ସା ଲାଗି ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

You might also like