• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କଟକ: ଅର୍ଥତତ୍ୱ ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିବା ଆଶୀର୍ବାଦ ବେହେରାଙ୍କୁ ନେଇ ତାଙ୍କ ପୁଅ ସଞ୍ଜୟ ବେହେରା ପ୍ରତିକ୍ରିୟା ରଖିଛନ୍ତି। ଷଡ଼ଯନ୍ତ୍ର କରି ବାପାଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ସଞ୍ଜୟ।

ସଞ୍ଜୟ କହିଛନ୍ତି,“ ମୁଁ ଆଶୀର୍ବାଦ ବେହେରାଙ୍କ ପୁଅ। ବାପାଙ୍କୁ  ଗିରଫ କରିବା ପରେ ମୁଁ ଆହୁରି ଷ୍ଟ୍ରଙ୍ଗ ହୋଇଯାଇଛି। ସବୁ ସଦସ୍ୟମାନେ ବାପାଙ୍କୁ ଭଲ ପାଆନ୍ତି। ଆମେ ଯେତେ ଭୋଟ୍‌ରେ ଜିତିଥାନ୍ତୁ, ତା’ଠାରୁ ଅଧିକ ସଂଖ୍ୟାର ଭୋଟରେ ଜିତିବୁ।  ଭଗବାନଙ୍କ ଆଶୀର୍ବାଦ ମୋ ଉପରେ ଅଛି। ମୁଁ ଲଢ଼ିବି। ଆସନ୍ତାକାଲି ମୁଁ ନୋମିନେସ୍‌ନ୍ ଦାଖଲ କରିବି।

ସେ ଆହୁରି କହିଛନ୍ତି,“ ଘଟଣାଟି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌କୁ  ଆଧାର କରି ଘଟିଛି। ଅର୍ଥତତ୍ତ୍ୱ ଘଟଣାରେ ସିବିଆଇ କିଛିଦିନ ତଳେ ଚାର୍ଜସିଟ୍‌ ଦାଖଲ କରିଥିଲା। ରାତାରାତି ଷଡ଼ଯନ୍ତ୍ର କରାଯାଇ ଏପରି କରାଯାଇଛି। ଆଗକୁ OCA ନିର୍ବାଚନ ଥିବାରୁ ଚାପ ପକାଇବାକୁ ଉଦ୍ୟମ କରାଯାଇଛି। ନିର୍ବାଚନରେ ହାରିବା ଆଶଙ୍କାରେ ଏପରି କରାଯାଇଛି। ଅତୀତରେ ଯେଉଁମାନେ ସହଯୋଗୀ ଥିଲେ, ସେମାନେ ଷଡ଼ଯନ୍ତ୍ରକାରୀ । ସେମାନେ ଯେଉଁ ହୀନ ଚକ୍ରାନ୍ତ କଲେ,  ଓଡ଼ିଶାବାସୀ ତାହାକୁ କଦାପି ଗ୍ରହଣ କରିବେ ନାହିଁ।

https://youtu.be/RePWnc6VEd8

ଅନ୍ୟପକ୍ଷରେ ସିବିଆଇ ଦ୍ୱାରା ଗିରଫ ହେବାପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଆଶୀର୍ବାଦ ବେହେରା କହିଛନ୍ତି, ‘ଆପଣମାନେ ସବୁ ଜାଣିଥିବେ କ’ଣ ପାଇଁ ଗିରଫ କରାଯାଇଛି। ମୁଁ ଅଧିକା କିଛି କହିବି ନାହିଁ।’

https://youtu.be/2kKIA5w6h1I

ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଆଜି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରାଯାଇଛି। ଏଥିସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ  ମଧ୍ୟ ସିବିଆଇ ଗିରଫ କରିଛି। ଆଜି ସକାଳେ ଆଶୀର୍ବାଦଙ୍କ ଘରେ ସିବିଆଇ ଚଢ଼ାଉ କରିଥିଲା। ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ।

ଆହୁରି ମଧ୍ୟ ପଢ଼ନ୍ତୁ: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

Ashirbad-beharas-arrest-son-sanjay-terms-it-as-political-vendetta-11-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories