ବନ୍ଦେ ଉତ୍କଳ ଜନନୀ ଗାଇଲେ ବିଖ୍ୟାତ ଗାୟିକା ଆଶା ଭୋଶଲେ

ଭୁବନେଶ୍ୱର: ଭାରତର ବିଖ୍ୟାତ ଗାୟିକା ଆଶା ଭୋଶଲେ ଓ ଶଙ୍କର ମହାଦେବନ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଂଗୀତ। କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ସଂଗୀତ ଗାଇଛନ୍ତି ଆଶା ଓ ଶଙ୍କର। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏସାନ୍ ଲୟ।

ଆଶା ଏହାକୁ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ଲେଖିଛନ୍ତି “ ମୁଁ ଗାଇଥିବା ସୁନ୍ଦର ବନ୍ଦେ ଉତ୍କଳ ଜନନୀ ସଂଗୀତ। ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ ଲୟ। ଦିନରାତି କରୋନା ସହିତ ଲଢ଼େଇ କରୁଥିବା ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗିକୃତ ହୋଇଥିବା ଏହି ସଂଗୀତକୁ ଆସନ୍ତୁ ସମସ୍ତ ଓଡ଼ିଆଙ୍କ ସହିତ ମିଶି ସନ୍ଧ୍ୟା ୫.୩୦ରେ ଗାଇବା।” ଏହାକୁ ସନ୍ଧ୍ୟା ସାଢେ ୫ଟା ପୂର୍ବରୁ ଟ୍ୱିଟ୍ କରିଥିଲେ।

ସେହିପରି ଅନ୍ୟ ଏକ ଟ୍ୱିଟ୍‌ରେ ସେ ଲେଖିଛନ୍ତି, ଯଦିଓ ଏହା ଓଡ଼ିଆ ଭାଷାରେ ହୋଇଛି, କିନ୍ତୁ ସାରା ଭାରତର ଅନ୍ତରଆତ୍ମା ଏଥିରେ ଯୋଡ଼ି ହୋଇ ରହିଛି। ସେ ଯେଉଁ ଭାଷାରେ ବି ହେଉ ଆମେ ଆମର କୋଭିଡ୍‌ ଯୋଦ୍ଧାଙ୍କୁ ସମର୍ଥନ କରୁଛୁ ବୋଲି ଲେଖିଛନ୍ତି ଆଶା। ଏଥିସହିତ ଶଙ୍କର ମହାଦେବନ ମଧ୍ୟ ଆଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍‌କୁ ରି-ଟ୍ୱିଟ୍ କରିବା ସହିତ ସେ ନିଜେ ବି ଏହାକୁ ଟ୍ୱିଟ୍‌ କରିଛନ୍ତି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like