• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନଶ୍ୱର: ମହାମାରୀ କରୋନା ଅନେକ ପରିବାରରେ ଆଣିଦେଇଛି ଦୁଃଖ । କାହାର କୋଳ ପୋଛି ଦେଇଛି ତ କାହାର ବାପା ମା’ଙ୍କୁ ଛଡ଼ାଇ ନେଇଛି । ପ୍ରତ୍ୟେକ ଦିନ ଦେଶରେ ଶହ ଶହ ଲୋକଙ୍କ ମୁଣ୍ଡ ନେଉଛି ଏହି କରୋନା ରାକ୍ଷଷ ।

ମହାମାରୀ କରୋନା ସଂକ୍ରମଣରେ ଅନେକ ଶିଶୁ ଅନାଥ ହୋଇଛନ୍ତି । ଜାତୀୟ ଶିଶୁ ସୁରକ୍ଷା ସଂରକ୍ଷଣ ଆୟୋଗ (NCPCR) ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ, ମେ ୨୯ ସୁଦ୍ଧା କରୋନା ସଂକ୍ରମଣରେ ଦେଶର ୯୩୪୬ ଜଣ ଶିଶୁ ଅନାଥ ହୋଇଛନ୍ତି ।

୧୭୪୨ଜଣ ଶିଶୁ ଉଭୟ ବାପା, ମାଙ୍କୁ ହରାଇଥିବା ବେଳେ ୭୪୬୪ ଜଣ ବାପା କିମ୍ବା ମାଙ୍କୁ ହରାଇଛନ୍ତି । ଓଡିଶାରୁ ୨୪ଜଣ ଶିଶୁ ଅନାଥ ହୋଇଯାଇଥିବା NCPCR ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ଜୁନ୍ ୫ ତାରିଖ ସୁଦ୍ଧା କରୋନା ସଂକ୍ରମଣ ଯୋଗୁଁ ଅନାଥ ହୋଇଥିବା ଶିଶୁଙ୍କ ସଂପର୍କରେ NCPCR ୱେବସାଇଟ ବାଲ୍ ସ୍ୱରାଜରେ ଡାଟା ଅପଲୋଡ୍ କରିବା ପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୭ରେ ଏସମ୍ପର୍କିତ ମାମଲାର ଶୁଣାଣି ହେବ ।

ଆନ୍ୟପଟେ ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି । କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଆଜି ୨ ହଜାର ୮୮୭ ସଂକ୍ରମିତଙ୍କ ଜୀବନ ନେଇଛି କରୋନା ।

ଆଜିର ମୃତକଙ୍କୁ ମିଶାଇଲେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୮୯କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୪ ହଜାର ୧୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୪ ଲକ୍ଷ ୪୧ ହଜାର ୯୮୬କୁ ବୃଦ୍ଧି ପାଇଛି । ଦେଶରେ ଏବେ ୧୭ ଲକ୍ଷ ୧୩ ହଜାର ୪୧୩ ଆକ୍ଟିଭ କେସ ଥିବା ବେଳେ ଏଯାଏଁ ସୁସ୍ଥ ହେଲେଣି ୨ କୋଟି ୬୩ ଲକ୍ଷ ୯୦ ହଜାର ୫୮୪ ଜଣ ।

As-of-may-29-9346-children-were-orphaned-by-the-corona-ncpcr
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories