କମିଲା ବର୍ଷା, ଆସୁଛି ଶୀତ

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷାରୁ ରାଜ୍ୟବାସୀଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। କାହିଁକି ନା ଲଘୁଚାପ ଦୁର୍ବଳ ହୋଇଛି ଓ ଏହାର ପ୍ରଭାବ ଓଡ଼ିଶା ଉପରେ ଆଉ ନାହିଁ। ତେବେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଆଂଶିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

କେବଳ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ ଘୂର୍ଣ୍ଣି ବଳୟ ରହିଛି। ଆସାମ ଯାଏ ଏହି ଘୂର୍ଣ୍ଣିବଳୟର ଏକ ଟ୍ରପ୍‌ ଲାଇନ୍‌ ଲମ୍ବିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୟାଗଡ଼, କନ୍ଧମାଳ, କଳାହାଣ୍ଡି ବଲାଙ୍ଗିର, ଖୋର୍ଦ୍ଧା ଓ ଗଞ୍ଜାମ। ଆସନ୍ତାକାଲି ମଧ୍ୟ ଏହି ଜିଲ୍ଲା ଗୁଡ଼ିକରେ ସମାନ ସ୍ଥିତି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

You might also like